ଜେ ଏମ ୟୁ ଯୁକ୍ତ ଦୁଇ ରେସିଡ଼ିନ୍ସିଆଲ କଲେଜ ର ପ୍ରଥମ ବାର୍ଷିକ ଉତ୍ସବ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଜେ ଏମ ୟୁ ଯୁକ୍ତ ଦୁଇ ରେସିଡ଼ିନ୍ସିଆଲ କଲେଜ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଠାରେ ଥିବା ଶୁଭଶ୍ରୀ ପ୍ୟାଲେସ ପରିସରରେ ଜେ ଏମ ୟୁ ଯୁକ୍ତ ଦୁଇ ରେସିଡ଼ିନ୍ସିଆଲ କଲେଜ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ORSAC, ବୈଜ୍ଞାନିକ ପ୍ରମୋଦ କୁମାର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା ଭାବେ ନିତ୍ୟାନନ୍ଦ ଦାସ, ସମ୍ମାନୀତ ଅତିଥି ଭାବେ ଜଗବନ୍ଧୁ ଦାସ, ମାନସ ରଞ୍ଜନ ବେହେରାଙ୍କ ସମେତ କଲେଜ ର ଅଧ୍ୟକ୍ଷ ବିକାଶ ରଞ୍ଜନ ମଲ୍ଲିକ ପ୍ରମୁଖ ମଞ୍ଚାସିନ ଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସର୍ବ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦିପ ପ୍ରଜ୍ଜ୍ୱଳନ ସହିତ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ବିଗତ ଦିନରେ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !

Leave a Reply

Your email address will not be published. Required fields are marked *