ଡକ୍ଟର ବିଦ୍ୟୁତ ଶେଖର ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ ମନମୁକୁର ‘ ଉନ୍ମୋଚନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଉତ୍ସବରେ ଡକ୍ଟର ବିଦ୍ୟୁତ ଶେଖର ମିଶ୍ରଙ୍କ ଲିଖିତ ପ୍ରଥମ କବିତା ସଂକଳନ ମନମୁକୁର ପୁସ୍ତକ ଉନ୍ମୋଚନ ହୋଇ ଯାଇଛି ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ପ୍ରାଣୀ ଚିକିତ୍ସାଳୟର ଉପ ନିର୍ଦ୍ଦେଶକ ଡକ୍ଟର ବିଦ୍ୟୁତ ଶେଖର ମିଶ୍ରଙ୍କ ଲିଖିତ ପ୍ରଥମ କବିତା ସଙ୍କଳନ ମନମୁକୁର ପୁସ୍ତକ ଉନ୍ମୋଚିତ ହୋଇଯାଇଛି।ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ପୁସ୍ତକ ମହୋତ୍ସବରେ ଇଙ୍କଡିଉ ପବ୍ଲିକେସନ ଆନୁକୂଲ୍ୟରେ ପୁସ୍ତକ ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ପ୍ରକାଶକ ମନୋଜ ପଟ୍ଟନାୟକ,ସୁଶ୍ରୀ ପ୍ରିୟଙ୍କା, କବୟିତ୍ରୀ ସୁମିତ୍ରା ବେହେରା ଙ୍କ ସମେତ ଅନେକ ସାହିତ୍ୟ ପ୍ରେମୀ,କବି,କବୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।ଡକ୍ଟର ବିଦ୍ୟୁତ ଶେଖର ମିଶ୍ରଙ୍କ ଏହିଭଳି ବ୍ୟକ୍ତିତ୍ୱ ପାଇଁ ଶୁଭେଚ୍ଛା ର ସୁଅ ଛୁଟୁଛି !

Leave a Reply

Your email address will not be published. Required fields are marked *