ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ ପାଳିତ । କଳା,ସାହିତ୍ୟ,ସଂସ୍କୃତି, ସମାଜସେବା ଆଦିକୁ ଜନ ମାନସରେ ଉଦ୍ଜୀବିତ କରି ରଖିବା ନିମନ୍ତେ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “ର ପଞ୍ଚମ ବାର୍ଷିକ ଉତ୍ସବ ଖଇରା କଲେଜ ନିକଟ ବଣପାରିଆ ଛକ ସ୍ଥିତ ଗାୟତ୍ରୀ ମଣ୍ଡପ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ସମାରୋହରେ ବିଭିନ୍ନ ଜିଲ୍ଲାରୁ ପ୍ରତିଭାଧାରୀ ମାନେ ଆସି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଓଡିଶା ହାଇକୋର୍ଟ ର ଆଡଭୋକେଟ ତଥା କବୟିତ୍ରୀ ସୁଜାତା ଦାସ ମହାନ୍ତି ଅତିଥି ଆମନ୍ତ୍ରଣ, ପରିଚୟ , କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ମଞ୍ଚ ପରିଚାଳନା ଏବଂ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ କବିତା ସଂଯୋଜନା କରିଥିଲେ ! କବୟିତ୍ରୀ ଯାଜ୍ଞସେନୀ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖଇରା ଥାନାର ଭାରପ୍ରାପ୍ତ ଅଧିକାରିଣୀ ମୌସୁମୀ ମହାନ୍ତି ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୁଦ୍ଧିରାମ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କବି ସୁଦାମ ଚରଣ ରାଉତ ଏବଂ ଆନ୍ତର୍ଜାତୀୟ ଲୋକ ସଂଗଠକ ଅଧ୍ୟାପକ ଡଃ ଚିନ୍ମୟ ଦାଶ ମଞ୍ଚାସୀନ ହୋଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି କୁଞ୍ଜଲତା ମାହୁଁନ୍ତ, ସହ-ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଅକ୍ଳାନ୍ତ ପରିଶ୍ରମ, ସାହାଯ୍ୟ ଓ ସହଯୋଗ ବାସ୍ତବରେ ଅବର୍ଣ୍ଣନୀୟ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *