ବୈଦେଶ୍ୱର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଢେଙ୍କାନାଳ ଦଳ ଚମ୍ପିୟାନ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବୈଦେଶ୍ୱର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଢେଙ୍କାନାଳ ଦଳ ଚମ୍ପିୟାନ । ବୈଦେଶ୍ୱର ସ୍ଥିତ ଦିଶା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ୧୭ ତମ ବୈଦେଶ୍ୱର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଷ୍ଟାର ଇଲେଭେନ ଖୋର୍ଦ୍ଧା କୁ ହରାଇ ଢେଙ୍କାନାଳ କ୍ରିକେଟ କ୍ଳବ ଚମ୍ପିୟାନ ହୋଇଛି ! ମ୍ୟାଚରେ ୨୦ ଓଭର ବିଶିଷ୍ଟ ଖେଳ ହୋଇଥିବା ବେଳେ ଢେ଼ଙ୍କାନାଳ ଦଳ ପ୍ରଥମେ ଟସ୍ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲା ! ଷ୍ଟାର ଇଲେଭେନ୍ ଖୋର୍ଦ୍ଧା ଦଳ ୮ ଗୋଟି ୱିକେଟ ହରାଇ ୧୪୪ ରନ କରିଥିଲା ! ୪ ଗୋଟି ୱିକେଟ ବିନିମୟରେ ୧୪୫ ରନ କରି ବିଜୟ ହାସଲ କରି ଚଳିତ ବର୍ଷର ଚମ୍ପିୟାନ ହୋଇଥିଲା ଢେଙ୍କାନାଳ ଟିମ ! ଚନ୍ଦନ ମହାପାତ୍ର ମ୍ୟାନ ଅଫ ଦି ମ୍ୟାଚ, ବିକାଶ ରାଉତ ମ୍ୟାନ ଅଫ ଦି ସିରିଜ ଭାବରେ ପୁରସ୍କୃତ ହୋଇଥିଲେ ! କ୍ଲବ ର ସମ୍ପାଦକ ଡ଼ଃ ସୁଵିତ କୁମାର ପଟ୍ଟନାୟକଙ୍କ ସଂଯୋଜନା ରେ ଅଯୋଜିତ ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତହରି ମହାତବ, ସମ୍ମାନୀତ ଅତିଥି ଭାବେ ବିଜେପି ନେତା ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦେଇ ରନର୍ସ ଅପ ଏବଂ ଚମ୍ପିୟାନ ଟ୍ରଫି ଦଳକୁ ସମ୍ପର୍ଦ୍ଧିତ କରିଥିଲେ !

Leave a Reply

Your email address will not be published. Required fields are marked *