ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଥାନା ଅଧିନସ୍ଥ କେରଣ୍ଡାଟାଙ୍ଗି ପଞ୍ଚାୟତରେ ଏକ ଚିଟଫଣ୍ଡ ଠକେଇ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ କେରଣ୍ଡାଟାଙ୍ଗି ଗ୍ରାମରେ ଏହି ଚିଟଫଣ୍ଡ ସଂସ୍ଥା ଲୋକମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଥାନାରେ ଅଭିଯୋଗ ହୋଇଛି l ଏହି ଗ୍ରାମରେ ଜଣେ ମହିଳାଙ୍କ ଅଭିଯୋଗ ପରେ ଚାନ୍ଦପୁର ପୁଲିସ ଏକ ମାମଲା ରୁଜୁ କରି କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିବା ଜଣା ପଡିଛି l ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାସଙ୍କୁ ଏ ବିଷୟରେ ଯୋଗାଯୋଗ କରିବାରୁ ତଦନ୍ତ ଜାରି ରହିଛି, ତଦନ୍ତ ପରେ ଅଧିକ ତଥ୍ୟ ଜଣା ପଡିବ ବୋଲି କହିଛନ୍ତି l