ବାପ ର ତଣ୍ଟି କାଟି ହତ୍ୟା କଲା ପୁଅ !!!

0
427

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବର୍ବରତାର ସୀମା ଟପିଲା ପୁଅ । ଭୁଲି ଗଲା ବାପା ପୁଅ ର ପବିତ୍ର ସମ୍ପର୍କ । ତଣ୍ଟି କାଟି ହତ୍ୟା କଲା ନିଜ ବାପାକୁ . ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଘଟିଛି ଏପରି ଲୋମହର୍ଷଣକାରୀ ଘଟଣା . ବାପାର ତଣ୍ଟି କାଟିଲା ପୁଅ । ସୂଚନା ଅନୁଯାୟୀ ଗ୍ରାମରେ ଅଷ୍ଟ ପ୍ରହରୀ ହେଉଥିବା ବେଳେ ପୁଅ ଶିବରାମ ସାହୁ ମଦ ପିଇ ସେଠାରେ ଝଗଡା କରିଥିଲା । ପରେ ସେଠାରେ ଭୋଜି ଖାଇ ଘରକୁ ଫେରିଥିଲେ । ପୁଅ ର ମଦ ପିଇବା ନେଇ ଘରେ ବାପା, ମା ବିରକ୍ତି ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ପୁଅ ଗୋଟିଏ କଟୁରି ଆଣି ପ୍ରଥମେ ମା ଙ୍କୁ ଚୋଟ ମାରିଥିଲା, ଯେଉଁଥିରେ ମାଆ ଅଳ୍ପକେ ବଞ୍ଚିଯାଇଥିଲେ । ପରେ ବାପା ଉପରକୁ କଟୁରି ସାହାଯ୍ୟରେ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଛି । ତେବେ ମୃତକ ହେଉଛନ୍ତି ଫଗୁ ସାହୁ ଓ ହତ୍ୟାକାରି ପୁଅ ନାଁ ଶିବରାମ ସାହୁ । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ୍ୟପ ପୁଅକୁ ଅଟକ ରଖିଛି ।

LEAVE A REPLY

Please enter your comment!
Please enter your name here