ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ମାତୃଭାଷା ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବିଷ୍ଣୁମୋହନ ଅଧିକାରୀ ଓଡ଼ିଆ ଭାଷା ତଥା ସାହିତ୍ୟ ପ୍ରଚାର ପ୍ରସାର ନିମନ୍ତେ ଉଲ୍ଲେଖନୀୟ କାମ ପାଇଁ ଜ୍ଞାନମଣ୍ଡଳ ତରଫରୁ ରାଜ୍ୟ ସ୍ତରୀୟ ସମ୍ମାନ ପାଇଛନ୍ତି . ପାରଳଖେମୁଣ୍ଡି ର ଲେଖକ, କବି ଓ ଗବେଷକ ମାନଙ୍କର କୃତୀକୁ ସୋସାଲ ମିଡିଆରେ ବହୁଳ ଭାବେ ପ୍ରଚାର ଓ ପ୍ରସାର କରିଥିବା ଯୋଗୁଁ ଜ୍ଞାନମଣ୍ଡଳ ଅନୁଷ୍ଠାନ ତରଫରୁ ତାଙ୍କୁ ଏହି ସମ୍ମାନଜନକ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି . ଯୁବ ଇଂଜିନିୟର ଭାବେ ନିଜ କର୍ମକ୍ଷେତ୍ର ବାଛିଥିବା ସତ୍ତ୍ୱେ ପାରଳାର ପ୍ରତିଷ୍ଠିତ ସାହିତ୍ୟିକ, କବି ଓ ଲେଖକ ମାନଙ୍କ କୃତୀକୁ ନିୟମିତ ସୋସାଲ ମିଡିଆରେ ପ୍ରକାଶିତ କରୁଛନ୍ତି . ଏହି ଦୀର୍ଘ ସାଧନା ପାଇଁ ଇଣ୍ଡିଆନ ଏକ୍ସପ୍ରେସରେ ମଧ୍ୟ ତାଙ୍କର କୃତି ସ୍ଥାନ ପାଇଥିଲା . ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ କଳା, ସାହିତ୍ୟ, ସଂଗୀତ କ୍ଷେତ୍ରରେ ଅବଦାନ କରିଥିବା ଡ.ଜେପି ଦାସ, ସୌମ୍ୟା ପଟ୍ଟନାୟକ, ଭାଗିରଥୀ ଦାସ, ଶ୍ୟାମାମଣୀ ଦେବୀ, ଇଲିଆନା ସିଟାରିସ୍ଟି , ଇଂ ପ୍ରଭାକର ସ୍ୱାଇଁ , ପ୍ରଫେସର ଜତିନ୍ଦ୍ର ନାଏକ, ପ୍ରଦ୍ୟୁମ୍ନ ଶତପଥୀ, ଡ.ହରପ୍ରସାଦ ମିଶ୍ର, ଡ.ସରୋଜ ସିଂ, ଡ.ଶୋଭାରାଣୀ ଦାସ, ବିଜୟ ବିଶ୍ୱାଳ ଏବଂ ପ୍ରଶାନ୍ତ ଭୂୟାଁ ଙ୍କୁ ସମ୍ମାନିତ କରାଯାଇଛି . ବିଷ୍ନୁମୋହନ ଙ୍କ ଏହି କୃତିତ୍ୱ ପାଇଁ ଓଡିଶା ସାହିତ୍ୟ ଏକାଡେମିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତା ତଥା ଅନ୍ୟାନ୍ୟ ସାହିତ୍ୟପ୍ରେମୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି !!