ଗୋପାଳକୃଷ୍ଣ ପଦାବଳୀ ଓଡ଼ିଆ ସାରସ୍ୱତ ସାଗର ପାଇଁ ଏକ ଅନନ୍ୟ ଉପହାର ।।

0
247

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୋପାଳକୃଷ୍ଣ ଥିଲେ ଓଡ଼ିଶାର ଶେଷ ଓ ଶ୍ରେଷ୍ଠ ବୈଷ୍ଟବ କବି , ଓଡ଼ିଆ କାବ୍ୟଯୁଗର ଅସ୍ତରାଗ ଓ ଆଧୁନିକତାର ଉଦୟରଶ୍ମି । ତାଙ୍କ କୃତ ଗୋପାଳକୃଷ୍ଣ ପଦାବଳୀ ଓଡ଼ିଆ ସାରସ୍ୱତ ସାଗର ପାଇଁ ଏକ ଅନନ୍ୟ ଉପହାର ।।

ପାରଳା ର ସର୍ବ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାରଳା ର ରୀତି ଯୁଗର ଅମ୍ଳାନ ପ୍ରତିଭାଧର ଅଲିଭା ସାରସ୍ୱତ ଶିଖା କବି କଳାହଂସ ,ବସନ୍ତ କୋକିଳ, ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଉତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠାନର ଉପଦେଷ୍ଟା ତଥା ଆବାହକ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି । ପ୍ରାତଃରେ ସ୍ଥାନୀୟ ଗୋପାଳକୃଷ୍ଣ ପାଠାଗାରର ଠାରେ ଅବସ୍ଥିତ ଗୋପାଳକୃଷ୍ଣଙ୍କ ଆବକ୍ଷ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରା ଯାଇଥିଲା ।

ଭରଚୁଆଲ ଆଲୋଚନାରେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର, ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଡ.କଲ୍ୟାଣୀ ମିଶ୍ର, ରାଧାରମଣ ପଟ୍ଟନାୟକ , ସୁଶ୍ରୀ ଶ୍ୱେତା ପଟ୍ଟନାୟକ, ବିଷ୍ଣୁମୋହନ ଅଧିକାରୀ ପ୍ରଭୃତି ଯୋଗଦାନ କରିଥିଲେ । ସଭାଶେଷରେ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here