ଇଂରାଜୀ ନବବର୍ଷରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ସମାଗମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଇଂରାଜୀ ନବବର୍ଷରେ ସକାଳୁ ସକାଳୁ ପ୍ରଭୁ ଶ୍ରୀଜଗନ୍ନାଥ , ବଡ଼ ଭାଇ ବଳଭଦ୍ର , ଭଉଣୀ ସୁଭଦ୍ରାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା । ମହାପ୍ରଭୁଙ୍କ ଦର୍ଶନରୁ ନୂତନ ବର୍ଷ ଆରମ୍ଭ ଲକ୍ଷ୍ୟ ନେଇ ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଲମ୍ବା ଧାଡିରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ । କିଏ ଜଗା ଦୁଆର ଆଗରେ ହାତପାତି ଦୁଃଖ ଜଣାଉଛି ତ , କିଏ କାଳିଆ ଠାକୁରଙ୍କ ଆଗରେ ନେହୁରା ହୋଇ ଠାକୁରଙ୍କୁ ଗୁହାରି କରୁଛି , ଆଉ କିଏ ଦୀପ ଜାଳି ଏ ଧରା ସାଗରରୁ ପାରି ହେବାପାଇଁ ଜଗା ଦୁଆରେ ବସୁଛି ! ଏହି ନୁଆ ବର୍ଷ କିଭଳି ସୁଖ ମୟ ହେବ। ସମସ୍ତ ଙ୍କ ଜୀବନ ସୁଖ ଶାନ୍ତି ଓ ସମୃଦ୍ଧିରେ କଟୁ ବୋଲି ପ୍ରାର୍ଥନା କରୁଛି ।

Leave a Reply

Your email address will not be published. Required fields are marked *