ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କରୋନା ମହାମାରୀ ର ଦିତୀୟ ଲହରୀ ଦିନକୁ ଦିନ ସାରା ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଥିବା ବେଳେ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।ସେହିପରି କଟକ ଜିଲ୍ଲା ବାଙ୍କୀରେ ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି କରୋନା . ଏ ମଧ୍ୟରେ ବାଙ୍କୀ ର ବିଭିନ୍ନ ଅଞ୍ଚଳରୁ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସମୟରେ ପ୍ରଶାସନ ହୋଇ ଉଠିଛି ତତ୍ପର . ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ମାକ୍ସ ଚେକିଂ ସହ କୋଭିଡ ଗାଇଡ଼ ଲାଇନ ପାଳନ ପାଇଁ ଦିଆଯାଇଛି ଗୁରୁତ୍ୱ । ବାଙ୍କୀ ପୁଲିସ ତରଫରୁ ବାଙ୍କୀ ର ବିଭିନ୍ନ ସ୍ଥାନରେ ପିକେଟିଂ କରି ଲୋକମାନଙ୍କୁ ସଚେତନ କରିବା ସହ ଅମାନିଆ ମାନଙ୍କ ଠାରୁ ଚାଲାଣ କଟାଯାଇ ଫାଇନ୍ ଆଦାୟ କରାଯାଉଛି । ବାଙ୍କୀ ପୋଲିସ ର ସଚେତନତା ଏବଂ ତାଗିଦ ପରି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ବାଙ୍କୀ ରେ କଡାକଡି ହୋଇଛି କୋଭିଡ କଟକଣା !

