ନିରାକାରପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସଖା ସଂଘ କ୍ରୀଡା ସଂସଦ ନିରାକାରପୁର ତରଫରୁ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି | ଏନେଇ ପଞ୍ଚାୟତ ସ୍ଥିତ ଅବଳା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠାନର ଅଧ୍ୟକ୍ଷ ବିପିନ କୁମାର ଜୟସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା | ଏହି ପ୍ରତିଯୋଗିତାଟି ଜାନୁଆରୀ ୧୨ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ନିରାକାରପୁର କଲେଜ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ କିଶୋର କ୍ଲବ ଭୁବନେଶ୍ୱର ବନାମ ଜଗଦଳପୁର – ଛତିଶଗଡ଼ , ଭଞ୍ଜନଗର, ମରଠା ଫୁଟବଲ କ୍ଲବ – ମାଇନ୍ଦିପୁର ଫୁଟବଲ ଏକାଡେମୀ ପାରାଦୀପ , ଜଗତସିଂହପୁର, ସ୍ପୋର୍ଟ୍ସ ହଷ୍ଟେଲ କଟକ – ନମଖାନା ଫୁଟବଲ ଏକାଡେମୀ କଲିକତା , ଏସପିଏମ ଫୁଟବଲ ଏକାଡେମୀ ବିଶାଖାପାଟଣାମ – ହିନ୍ଦୁସ୍ତାନ ହିରୋଇଶ ଫୁଟବଲ ଏକାଡେମୀ ବେହେଲା କଲିକତା ମଧ୍ୟରେ ଖେଳିବା ନିମନ୍ତେ ସ୍ବୀକୃତି ପ୍ରଦାନ ଦେଇଥିବା ଜଣାଯାଇଛି । ଅନୁରୂପ ଭାବେ ୧୮ ତାରିଖରେ ଏକ ମହିଳା ପ୍ରତିଯୋଗିତା ହେବା ସହ ସ୍ଥାନୀୟ ଅଞ୍ଚଳର ପୁରୁଣା ଖେଳାଳୀ ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଫୁଟବଲ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ଥିବା ଅଧକ୍ଷ ଶ୍ରୀ ଜୟସିଂହ ସୂଚନା ଦେଇଥିଲେ | ଏହି ଅବସରରେ ହେବାକୁ ଥିବା ଫିକ୍ଚର ଲୋକାର୍ପିତ କରାଯାଇଥିଲା | ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ରବୀନ୍ଦ୍ର କୁମାର ରାଉତରାୟ, ସମ୍ପାଦକ ଭାଗିରଥି ପ୍ରଧାନ, ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, କୋଷାଧକ୍ଷ ହରିହର ସିଂହ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଆବାହକ ମନୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |
ସର୍ବ ଭାରତୀୟ ଫୁଟବଲ ପ୍ରତିଯୋଗିତା ନିମନ୍ତେ ସାମ୍ବାଦିକ ସମ୍ମିଳନୀ !!!

