ଦୁର୍ଗାପୁର ପ୍ରିମିଅର ଲିଗ ର ଫାଇନାଲ ଟ୍ରଫି ହାତେଇଲା ଫିଅର ଲେସ ଫାଇଟ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ଦୁର୍ଗାପୁର ପ୍ରିମିଅର ଲିଗ ର ଫାଇନାଲ ଟ୍ରଫି ହାତେଇଲା ଫିଅର ଲେସ ଫାଇଟ l ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତର ଗଡ଼ଗୁଡ଼ୁମ ଗ୍ରାମରେ ଗତ 5 ତାରିଖରୁ ଆରମ୍ଭ ହୋଇଥିବା ଦୁର୍ଗାପୁର ପ୍ରିମିଆର ଲିଗ, ସିଜିନ -2 ଶେଷ ହୋଇଛି ! ଫିଅର ଲେସ ଫାଇଟ, ବେଙ୍ଗିଟାଙ୍ଗୀ ଏବଂ ମହାବୀର ୱାରିଆର, କରାଡ଼ଗାଡ଼ିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ! ଯାହାକୁ ପ୍ରଥମେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରଥମ ବଲ ଖେଳି ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କାଟିଥିଲେ l ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଅନାଦି ସାହୁ, ସ୍ଥାନୀୟ ସରପଞ୍ଚ ଦେବାଶିଷ ବେହେରା ଏବଂ S3 ଆଗ୍ରୋଭିଜନର ପ୍ରତିଷ୍ଠାତା ଅଶୋକ କୁମାର ସାରଦା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଟସ ଜିତି ପ୍ରଥମେ ମହାବୀର ୱାରୀୟର 85 ରନ କରି ଅଲଆଉଟ ହୋଇଥିବା ବେଳେ ବିରୋଧୀ ଫିଅର ଲେସ ଫାଇଟର 88 ରନ କରି ବିଜୟ ଲାଭ କରିଥିଲେ l ଏହିପରି କ୍ରୀଡ଼ା ହେବା ଦ୍ୱାରା ଭାଇଚାରାର ସମ୍ପର୍କ ବଢିବ ବୋଲି ପ୍ରଦୀପ କୁମାର ସାହୁ ନିଜର ଅଭିଭାଷଣ ରଖିବା ସହିତ ଅଗାମି ଦିନରେ ଗଡ଼ଗୁଡ଼ୁମ ଖେଳ ପଡିଆକୁ ଏକ ମିନି ଷ୍ଟାଡିୟମ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବେ ବୋଲି କହିଥିଲେ l

Leave a Reply

Your email address will not be published. Required fields are marked *