ଦୁଇ ଦିନ ବନ୍ଦ ପରେ ପୁନର୍ବାର ଟୀକାକରଣ ଆରମ୍ଭ !!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦୁଇଦିନ ପରେ ଆଜି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁନର୍ବାର କରୋନା ଟୀକା କରଣ କାର୍ଯ୍ୟକ୍ରମ ଜାରି ରହିଛି । ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବୟସ୍କ ବ୍ୟକ୍ତି ମାନଙ୍କୁ କରୋନା ଟୀକା ଦିଆ ଯାଉଥିଲା , ତେବେ ୨ ଦିନ ହେବ କରୋନା ଟୀକା ସରି ଯାଇଥିବା କାରଣରୁ ଟୀକାକରଣ ବନ୍ଦ ଥିଲା . ପୁନର୍ବାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଟୀକା ଆସିବା ପରେ ଆଜି ପୁନର୍ବାର କର୍ମଚାରୀ ମାନଙ୍କ ଦ୍ୱାରା କରୋନା ଟୀକା ଦେବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି .

Leave a Reply

Your email address will not be published. Required fields are marked *