ପ୍ରଦୂଷଣ ର ବିଷ ବଳୟ ମଧ୍ୟରେ ବନ୍ଦର ନଗରୀ ପାରାଦ୍ୱୀପ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ବିଭିନ୍ନ କମ୍ପାନୀ ରୁ ନିର୍ଗତ ରାସାୟନିକ ପଦାର୍ଥ, ଧୂଳି, ଧୂଆଁ ରେ ପାରାଦ୍ୱୀପ ଅଞ୍ଚଳ ର ପରିବେଶ ସହିତ ନଦୀ ନାଳ ଜଳ ପ୍ରଦୂଷିତ ହେଉଛି l ଯାହାର ପରିଣାମ ଭୋଗୁଛନ୍ତି ପାରାଦ୍ୱୀପ ବାସି l ବିଭିନ୍ନ ଦୁରାରୋଗ୍ୟ ରେ ପୀଡିତ ହେବା ସହିତ ପ୍ରଦୂଷଣ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି l ଯାହାକୁ ନେଇ ଚିନ୍ତାରେ ପାରାଦ୍ୱୀପ ବାସୀ l
ବନ୍ଦରନଗରୀ ପାରାଦ୍ୱୀପ ପୂର୍ବ ଭାରତର ବିକାଶର ଦ୍ୱାରଦେଶ ପାଲଟିଛି l ପାରାଦ୍ୱୀପ ବନ୍ଦର କୁ ନେଇ ଅନେକ ଜାତୀୟ ଆନ୍ତର୍ଜାତୀୟ ସ୍ତରର ଶିଳ୍ପସଂସ୍ଥା ପାରାଦ୍ୱୀପ ରେ ଗଢି ଉଠିବା ସହିତ ବଢୁଛି ଗାଡି ମୋଟର l ଶିଳ୍ପକାରଖାନା ରୁ ନିର୍ଗତ ରାସାୟନିକ ଗ୍ୟାସ, ଧୂଳି,ଧୂଆଁ ରେ ପ୍ରଭାବିତ ହେଉଛି ବନ୍ଦନଗରୀ l ଯାହାର ପ୍ରଭାବରେ ନଦୀ ନାଳ ଜଳ ପ୍ରଭାବିତ ହୋଇ ଅନେକ ସମୟରେ ମାଛ ମଡ଼କ ଭଳି ପରିସ୍ଥିତି ଦେଖିବାକୁ ମିଳୁଥିବା ସମୟରେ ପ୍ରଦୂଷଣ ପ୍ରଭାବ ରେ ସ୍ଥାନୀୟ ବାସିନ୍ଦା ଅନେକ ଦୁରାରୋଗ୍ୟ ରେ ପୀଡିତ ହେଉଛନ୍ତି l ବିଭିନ୍ନ ପ୍ରକାର ଚର୍ମରୋଗ, ଆଜ୍ମା, ଯକ୍ଷ୍ମା,ଏସନଫୁଲିଆ ଜନିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ଏହାର ପ୍ରମୁଖ କାରଣ ପାଲଟିଛି ବିଭିନ୍ନ କମ୍ପାନୀ ରୁ ନିର୍ଗତ ବିଷାକ୍ତ ଜଳ ଓ ଦୈନନ୍ଦିନ ହଜାର ହଜାର ଯାନବାହାନ ଚଳାଚଳ ରେ ଉତ୍ପନ୍ନ ହେଉଥିବା ଧୂଳି, ଧୂଆଁ l ବିଶେଷକରି ପାରାଦ୍ୱୀପ କୁ ଆସୁଥିବା ହଜାର ହଜାର ଆଇରନ ଟ୍ରକ ଆଇରନ କୁ ପାଲ ନ ଢାଙ୍କି ଦ୍ରୁତଗତିରେ ଗାଡି ଚାଳନା କରୁଥିବା ରୁ ଆଇରନ ଗୁଣ୍ଡ, ଧୂଳି ଧୂଆଁ ରେ ପ୍ରଦୂଷଣ ର ମାତ୍ରା ବୃଦ୍ଧି ପାଉଥିବା ଅଭିଯୋଗ ଆଣିଛନ୍ତି ପାରାଦ୍ୱୀପ ବାସି l ଯାହାର ପ୍ରଭାବ ରେ ପାରାଦ୍ୱୀପ ରେ ରହିଥିବା ଗଛ ର ପତ୍ରରେ ଧୂଳି ର ଆସ୍ତରଣ କୁ ଦେଖିଲେ ପାରାଦ୍ୱୀପ ର ପ୍ରଦୂଷଣ ମାତ୍ରା ସ୍ପଷ୍ଟ ବାରି ହୋଇପଡୁଛିl ବିଗତ ଦିନରେ ପ୍ରଦୂଷଣ ପ୍ରଭାବ ରେ ଦିନ ଦ୍ବିପ୍ରହର ରେ ପାରାଦ୍ୱୀପ ଅନ୍ଧକାରମୟ ହୋଇପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଦୂଷଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ପାରାଦ୍ୱୀପ ବାସିନ୍ଦା ଅନୁରୋଧ କରିଛନ୍ତି l
ଗୋଟିଏ ପଟେ ଧୂଳି ଧୂଆଁ ରେ ପ୍ରଦୂଷଣ ର ମାତ୍ରା ବୃଦ୍ଧି ପାଉଥିବା ବେଳେ ପାରାଦ୍ୱୀପ ରେ ଥିବା ବିଭିନ୍ନ କମ୍ପାନୀ ରୁ ନିର୍ଗତ ରାସାୟନିକ ଗ୍ୟାସ ର ପ୍ରଭାବ ରେ ଆଖି ଜଳାପୋଡ଼ା ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା l ଏହି କେମିକାଲ ପ୍ରଭାବ ରେ ଗଛପତ୍ର ଜଳିଯାଉଥିବା ଦେଖିବାକୁ ମିଳୁଛି | ତେବେ ପୂର୍ବ ଅପେକ୍ଷା ବର୍ତମାନ ପାରାଦ୍ୱୀପ ମେଡିକାଲ କୁ ରୋଗୀସଂଖ୍ୟା ବୃଦ୍ଧି ପାଇବା ସହିତ ପ୍ରାୟତଃ ପ୍ରଦୂଷଣ ପ୍ରଭାବ ରେ ଅନେକ ଲୋକ ଥଣ୍ଡା , କାଶ ଓ ଥଣ୍ଡା ଜନିତ ରୋଗୀଙ୍କ ସଂଖ୍ୟା ବଢୁଥିବା ନେଇ କହିଛନ୍ତି ସ୍ଥାନୀୟ ବିଜୁ ମେମୋରିଆଲ ହସ୍ପିଟାଲ ର ମେଡିକାଲ ସୁପରିଟେଣ୍ଡେଣ୍ଟ | ତେବେ ପାରାଦ୍ୱୀପ ରେ ପ୍ରଦୂଷଣ ବୃଦ୍ଧି କୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ସ୍ଥାନୀୟ ପ୍ରଦୂଷଣ ବିଭାଗ କାଗଜପତ୍ର ରେ ସୀମିତ ରହିଥିବା ନେଇ ପାରାଦ୍ୱୀପବାସି ଅଭିଯୋଗ ଆଣିଛନ୍ତି l ଏପରିକି ପାରାଦ୍ୱୀପ ଆଞ୍ଚଳିକ ପ୍ରଦୂଷଣ ବିଭାଗ ର କାର୍ଯ୍ୟ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ଆଣିଛନ୍ତି|
ଦିନକୁ ଦିନ ବୃଦ୍ଧି ପାଉଥିବା ଶିଳ୍ପସଂସ୍ଥା ଓ ଗାଡିମଟର କାରଣରୁ ପାରାଦ୍ୱୀପ ପ୍ରଦୂଷଣ ର ବଳୟ ଉର୍ଧ୍ଵମୁଖୀ ହେଉଥିବା ବେଳେ ଏଥିପ୍ରତି ସ୍ଥାନୀୟ ଆଞ୍ଚଳିକ ପ୍ରଦୂଷଣ ବିଭାଗ ତରଫରୁ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ପାରାଦ୍ୱୀପ ରେ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବା ଆକଳନ କରିଛନ୍ତି ପାରାଦ୍ୱୀପ ବାସି…

Leave a Reply

Your email address will not be published. Required fields are marked *