ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିସର ରେ ପ୍ରଶାସନ ତରଫ ରୁ ସ୍ବେଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ । ହିନ୍ଦୋଳ ପ୍ରଶାସନ ତରଫରୁ ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ ପରିସର ରେ ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କ ସହାୟତା ରେ ସଫଳତାର ସହିତ ରକ୍ତ ଦାନ ଶିବିର ଆୟୋଜିତ ହେଉଛି । ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ର ମୂଖ୍ୟ ପରିଚାଳକ ଡକ୍ଟର ସୁଧାଂଶୁ ଶେଖର ମିଶ୍ର ଆନୁଷ୍ଠାନିକ ଭାବେ ରକ୍ତ ଦାନ ଶିବିର ର ଶୁଭାରମ୍ଭ କରିଥିଲେ । ଚିକିତ୍ସାଳୟ ର କର୍ମଚାରୀ ପରିଚାଳନା ଦାୟିତ୍ୱ ତୁଲାଉଥିବା ବେଳେ ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କ ର କର୍ମଚାରୀ ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଛନ୍ତି । ସମସ୍ତ ରକ୍ତଦାତାଙ୍କ ପାଇଁ ଜଳପାନ ର ବ୍ୟବସ୍ଥା ମଧ୍ୟ କରାଯାଇଛି , ଆଞ୍ଚଳିକ ସ୍ତର ରେ ସର୍ବ ସାଧାରଣ, ସାମାଜିକ ଅନୁଷ୍ଠାନ ର କର୍ମୀ ଉତ୍ସାହ ର ସହ ରକ୍ତଦାନ କରୁଥିବାର ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମରେ ସାମ୍ବାଦିକ, ସମାଜସେବୀ ଭାଇ ଭଉଣୀ ମାନେ ସହଯୋଗ ର ହାତ ବଢ଼ାଇଥିଲେ । ରକ୍ତ ଦାନ , ଜୀବନ ଦାନ ଉକ୍ତି ର ସାର୍ଥକତା ପ୍ରତିପାଦନ ପୂର୍ବକ ପ୍ରଶାସନ ତରଫରୁ ଏତାଦୃଶ ପ୍ରୟାସ ସ୍ବାଗତ ଯୋଗ୍ୟ ।
ହିନ୍ଦୋଳ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ପରିସର ରେ ପ୍ରଶାସନ ତରଫ ରୁ ସ୍ବେଛାକୃତ ରକ୍ତ ଦାନ ଶିଵିର ଅନୁଷ୍ଠିତ !!!

