ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ଅଳୁକୁଣ୍ଡ- ନୂଆଗାଁ ଶାରୀରିକ ଭିନ୍ନକ୍ଷମ ସୀବନ ଶିଳ୍ପ ଡ଼ିଫ୍ ଆଣ୍ଡ ଡ଼ମ୍ବ ସ୍ୱତନ୍ତ୍ର ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାଇନିଙ୍ଗ ଭାଷା ଦିବସ ଇତିମଧ୍ୟରେ ପାଳିତ ହୋଇଯାଇଅଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ତଥା ସମ୍ପାଦକ ସ୍ବର୍ଗତ ମେର୍ଜା ଅୟୁବ୍ ବେଗଙ୍କ ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସଭାରେ ସଭାପତି ଭାବରେ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ ଯୋଗଦାନ କରି ଭିନ୍ନକ୍ଷମ ମାନଙ୍କର ଭାଷାକୁ ବୁଝିବା, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ସମଗ୍ର ବିଶ୍ୱରେ ୭୫ ବର୍ଷ ଧରି ଏହି ସାଇନିଙ୍ଗ ଭାଷା ଦିବସ ପାଳନ କରାଯାଉଥିବା ବେଳେ ଭାରତରେ ଆଜକୁ ୯ ବର୍ଷଧରି ସରକାରୀ ସ୍ତରରେ ଏ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଭିନ୍ନକ୍ଷମ (ମୁକ ଓ ବଧିର) ମାନଙ୍କର ସାଇନିଙ୍ଗ ଭାଷାର ଅଧିକାର ସମ୍ପର୍କରେ ଗଭୀର ଭାବରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦିକା ଯୁମୁନି ବିବି, ସୂର୍ଯ୍ୟକାନ୍ତ ମହାନ୍ତି, ବୀରକିଶୋର ଦାସ, ମେର୍ଜା କବୁଲ ବେଗ, ସୀତାରାମ ପଣ୍ଡା ଆଦି ଯୋଗଦାନ କରି ଉକ୍ତ ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସାଇନିଙ୍ଗ ଭାଷାରେ ଜାତୀୟ ସଙ୍ଗୀତ ଗାନ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ତରଫରୁ ବୀର କିଶୋର ଦାସଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ସୁଧିର କୁମାର ସେଠୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ କାନନ ବାଳା ନାୟକ, କୁଳମଣି ପାଣି, ନିରାକାର ପାତ୍ର, ସ୍ବର୍ଣ୍ଣଲତା ବେହେରା, ସୁଭଦ୍ରା ପଣ୍ଡା, ଧର୍ମେନ୍ଦ୍ର ନାୟକ, ମୋରାଦ ଅଲ୍ଲୀ ସାହା, ଦୁଷ୍ମନ୍ତ ସାହୁ, କ୍ରିଷ୍ନା ପ୍ରିୟଦର୍ଶିନୀ ଯେନା, ଗୀତାଞ୍ଜଳି ଦାଶ, ଡମ୍ବରୁଧର ସାହାଣୀ, ଶୁଭଦତ୍ତ ମିଶ୍ର ଅର୍ଚନା ସାମଲ, ଧନେଶ୍ୱର ପାତ୍ର, ବିଶ୍ୱକଲ୍ୟାଣ ଦାଶ, ପ୍ରତାପ କୁମାର ଦାଶ, ଶକ୍ତି ପ୍ରକାଶ ନାୟକ, ଜାକିର ହୋସେନ ଖାନ, ଶେଖ ଚାନ୍ଦ ବାବୁଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।
ଅଳୁକୁଣ୍ଡ-ନୂଆଗାଁ ଶାରୀରିକ ଭିନ୍ନକ୍ଷମ ସୀବନ ଶିଳ୍ପ ଡ଼ିଫ୍ ଆଣ୍ଡ ଡ଼ମ୍ବ ସ୍ୱତନ୍ତ୍ର ବିଦ୍ୟାଳୟରେ ଆନ୍ତର୍ଜାତୀୟ ସାଇନିଙ୍ଗ ଭାଷା ଦିବସ ପାଳିତ !!!

