ରେଭେନ୍ସା କଲେଜରେ ହାଇଡ୍ରାମା : ମାଡ଼ ମାରି ଲହୁ ଲୁହାଣ କରି ସଫେଇ ଦେବାକୁ ବସିଛନ୍ତି ଆମରଣ ଅନଶନରେ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରେଭେନ୍ସା କଲେଜରେ ହାଇଡ୍ରାମା । ମାଡ଼ ମାରି ଲହୁ ଲୁହାଣ କରି ସଫେଇ ଦେବାକୁ ବସିଛନ୍ତି ଆମରଣ ଅନଶନରେ । ଅଣଛାତ୍ରଙ୍କ ନିର୍ଦ୍ଦେଶରେ ଛାତ୍ର କରୁଛନ୍ତି ଅପ୍ରତ୍ୟାଶିତ ଆକ୍ରମଣ । ନିର୍ବାଚନ ଆଗରୁ ତାତିଲାଣି କଲେଜ୍ କ୍ୟାମ୍ପସ । ଗତ ମାର୍ଚ୍ଚ ୩୧ ତାରିଖରେ ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ଥିବା ଜଗନ୍ନାଥ ଛାତ୍ରବାସ ପକ୍ଷରୁ ଚାଲିଥିଲା ହଷ୍ଟେଲର ବାର୍ଷିକ ଉତ୍ସବ । ଆଉ ହଷ୍ଟେଲର କାର୍ଯ୍ୟକ୍ରମ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦେଖା ଦେଇଥିଲା ବିବାଦ । ଗାଡ଼ି କାଢ଼ିବାକୁ ନେଇ ବିବିଏ ୨ୟ ବର୍ଷ ଛାତ୍ର ସୁଜିତ କୁମାର ସାମଲ ଙ୍କୁ ହୋଇଥିଲା ସଂଘବଦ୍ଧ ଆକ୍ରମଣ । ଭଲ କରି ଦେଖନ୍ତୁ ଆପଣଙ୍କ ସ୍କ୍ରିନରେ ଥିବା ଏହି ଦୁଇଟି ଚିତ୍ରକୁ । ଗୋଟିଏ ପଟେ ମାଡ଼ ମାରି ଛାତ୍ରଙ୍କୁ ଲହୁ ଲୁହାଣ କରିଥିବା ବେଳେ ଅନ୍ୟପଟେ ଅଭିଯୋଗରୁ ବଞ୍ଚିବା ପାଇଁ ରେଭେନ୍ସା ବିଶ୍ଵବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ । ଏପଟେ ମାଡ଼ ଖାଇ ଲହୁ ଲୁହାଣ ହୋଇଥିବା ପୁଅକୁ ଦେଖି ବାପା ଅସୁସ୍ଥ ହେବା ସହ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଗକୁ କ୍ୟାମ୍ପସ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଅଶାନ୍ତ ହେଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । ପ୍ରଥମେ ଦୁଇ ଗୋଷ୍ଠୀ ମଧ୍ୟରେ ଗାଡ଼ି ପାର୍କିଂକୁ ନେଇ ବଚସା ପର ମୁହୂର୍ତ୍ତରେ ହାତାହାତି । ଏବେ ମାମଲା ପହଞ୍ଚିଛି ଥାନାରେ । କଲେଜ୍ କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶ ଓ ବିଶୃଙ୍ଖଳାକୁ ନେଇ ଚାଲିଚି ଆରୋପ ପ୍ରତ୍ୟାରୋପ । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ ମାଡ଼ ମାରି ଲହୁ ଲୁହାଣ କରିବା ପରେ କଲେଜ୍ କତୃପକ୍ଷ ଓ ପୋଲିସ ଆଗରେ ନିଜର କାର୍ଯ୍ୟକଳାପକୁ ଲୁଚେଇବା ପାଇଁ ବସିଛନ୍ତି ଧାରଣାରେ । ଶୁଣନ୍ତୁ ମାଡ଼ ଖାଇ ଲହୁ ଲୁହାଣ ହୋଇଥିବା ଛାତ୍ର ଜଣକ କ’ଣ କହୁଛନ୍ତି । ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ସୁରକ୍ଷାରେ ସଜାଗ ଥିବା ସିକ୍ୟୁରିଟି ବାବଦକୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ସବୁଥର ପରି ଏଥର ମଧ୍ୟ ଫେଲ ମାରିଚି ସିକ୍ୟୁରିଟି ବ୍ୟବସ୍ଥା । କାହିଁକି ନା କଲେଜ୍ କ୍ୟାମ୍ପସ ମଧ୍ୟକୁ ଅଣଛାତ୍ର ପ୍ରବେଶକୁ ବାରମ୍ବାର ବାରଣ ହେବା ସତ୍ତ୍ୱେ କିଭଳି ପ୍ରବେଶ କରୁଛନ୍ତି ଅଣଛାତ୍ର । ବିଶେଷକରି ସନ୍ଧ୍ୟା ସମୟରେ ଯାବତୀୟ ନିଶା ଦ୍ରବ୍ୟ ସେବନ କରି କଲେଜ୍ କ୍ୟାମ୍ପସର ବାତାବରଣକୁ ହିଂସାତ୍ମକ ରୂପ ଦେଉଛନ୍ତି ଏହି ନିଶାଖୋର୍ ଅଣଛାତ୍ର ମାନେ । ସବୁ ଜାଣି କାହିଁକି ନିଦାବିଷ୍ଣୁ ସାଜିଛନ୍ତି କଲେଜ୍ କତୃପକ୍ଷ । ଏହାର କାରଣ ପଛରେ କେଉଁ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦାୟୀ ବୋଲି ଦର୍ଶାଉଛନ୍ତି ଏହି ଧାରଣାରତ ଛାତ୍ର ମାନେ । ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ କାର୍ଯ୍ୟକ୍ରମ ଆୟୋଜନ ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଅନୁମତି ଥିଲା କି ନାହିଁ । ଯଦି କର୍ତ୍ତୃପକ୍ଷ ଅବଗତ ଥିଲେ ତେବେ ସୁରକ୍ଷା ବ୍ୟବସ୍ଥା କିଭଳି ଥିଲା । ଏବଂ CCTV ଯାଞ୍ଚକୁ ନେଇ ଏବେ ବଡ଼ ପ୍ରଶ୍ନବାଚି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *