କଳାପଥର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆୟୁଷ୍ମାନ କାର୍ଡ ବଣ୍ଟନ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥରରେ ଆୟୁଷ୍ମାନ କାର୍ଡ ବଣ୍ଟନ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ କଳାପଥର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି ! କାର୍ଯ୍ୟକ୍ରମରେ ୩୪ ନମ୍ବର ଜୋନ ଜିଲ୍ଲା ପରିଷଦ ରଶ୍ମିତା ସାହୁ , ସୁବର୍ଣ୍ଣପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରର PHEO ବିମଳା ଦେଇ, ଅମରେଶ ସାହୁ, ଜିଲ୍ଲା ନୋଡାଲ ଅଫିସର ରଞ୍ଜନ ସାହୁ ,କଳାପଥର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୁନିଲ କୁମାର ମାନ୍ଧାତା ଉପସ୍ଥିତ ରହିଥିଲେ ! ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ସ୍ବାସ୍ଥ୍ୟ କର୍ମୀ, ନୁଆଗାଁ ଖଜୁରୀପଦାର ସରପଞ୍ଚ ମମତା ମହାପାତ୍ର, କଳାପଥର ଗ୍ରାମ ପଞ୍ଚାୟତ ସରପଞ୍ଚ କମଳା ସ୍ୱାଇଁ ଓ ସମସ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ସେହିପରି ବୈଦେଶ୍ୱର ଓ ବରପୁଟ ଗ୍ରାମ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି !

Leave a Reply

Your email address will not be published. Required fields are marked *