ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅଧିକାରୀ ନଥିବାରୁ ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଥାୟୀ ଜିଲ୍ଲା ନିବନ୍ଧକ ଓ ବିବାହ ଅଧିକାରୀ ନଥିବାରୁ ଜନ ସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଫେବ୍ରୁଆରୀ ମାସ ଠାରୁ ନିବନ୍ଧକ ପଦବୀଟି ଖାଲି ପଡ଼ିଥିବା ଜଣାଯାଇଛି ! ଅନ୍ୟ ଅଧିକାରୀ ଦାୟିତ୍ୱ ତୁଲାଉଛନ୍ତି। ଜଣେ ଅଧିକାରୀଙ୍କୁ ଏକାଧିକ ଦାୟିତ୍ୱ ଦିଆଯାଇଛି । ଯାହା ଦ୍ଵାରା କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁ ନଥିବାର ଅଭିଯୋଗ ହେଉଛି । ତେଣୁ ସ୍ଥାୟୀ ଜିଲ୍ଲା ନିବନ୍ଧକ ପଦବୀ ପୂରଣ ହେଲେ ଜିଲ୍ଲା ବାସୀ ଉପକୃତ ହୋଇ ପାରିବେ ବୋଲି ଆଶା କରାଯାଉଛି । ଏଥି ପ୍ରତି ନୂତନ ସରକାର ଦୃଷ୍ଟି ପଡ଼ିଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *