ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ !!!

Spread the love

ବାଲେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ । ବାଲେଶ୍ବର ଭୋଗରାଇ ବ୍ଲକ ରେ ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା । ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରି ହତ୍ୟା କରିଛନ୍ତି ଭୋଗରାଇ ଅଞ୍ଚଳର କିଛି ଅସାମାଜିକ ଯୁବକ ! ଦୁଷ୍କର୍ମ ପରେ ହତ୍ୟାକୁ ଆତ୍ମହତ୍ୟା ର ରୂପ ଦେବା ପାଇଁ ନାବାଳିକା ବାଳିକାଙ୍କୁ ଘର ଭିତରେ ବେକରେ ଦୌଡ଼ି ଦେଇ ଝୁଲାଇ ଦେଇଥିବା ଅଭିଯୋଗ ହୋଇ ହୋଇଛି । ଏନେଇ ମୃତ ନାବାଳିକାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ନାବାଳିକାଙ୍କ ବାପା, ମା’, ବାହାର ରାଜ ରାଜ୍ୟରେ ରହୁଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକୁଟିଆ ରହୁଥିଲେ । ଏହାର ସୁଯୋଗ ନେଇ ମଙ୍ଗଳବାର ରାତି ସମୟରେ ସେହି ଗାଁର ବସନ୍ତ ମାଝୀ ତାଙ୍କର କିଛି ସହଯୋଗୀ ସହ ମିଶି ନାବାଳିକା କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଭୋଗରାଇ ଥାନାରେ ଅଭିଯୋଗ ପରେ ପୁଲିସ ନବାଳିକାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଅଭିଯୁକ୍ତ ବସନ୍ତ ମାଝୀକୁ ଥାନାକୁ ଆଣି ପଚରାଉଚରା ଜାରି ରହିଥିବା ସୂଚନା ଦେଇଛନ୍ତି ଭୋଗରାଇ ଆଇଆଇସି ଶ୍ରୀବଲ୍ଲଭ ସାହୁ ।

Leave a Reply

Your email address will not be published. Required fields are marked *