ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଯୁକ୍ତ ଦୁଇ କଳା ରେ ବାଙ୍କୀ ଟପର ଅନୁ ବାରିକଙ୍କୁ ସମ୍ବର୍ଦ୍ଧନା ! ବାଙ୍କୀ ଉପଖଣ୍ଡ ମହାବିଦ୍ୟାଳୟ ମାନଙ୍କ ମଧରେ ଡମପଡା ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ କୁମାରୀ ଅନୁ ବାରିକ ଯୁକ୍ତ ଦୁଇ କଳାରେ 543 ନମ୍ବର ରଖି ଟପର ହୋଇଛନ୍ତି | ଅରପୁର ଗ୍ରାମର ସ୍ବର୍ଗତ ଭଜମନ ବାରିକ ଙ୍କ ସାନ ଝିଅ ହେଉଛନ୍ତି ଅନୁ ବାରିକ | ଦଶମରେ ମଧ୍ୟ ସେ ଅଠାଅଶି ପ୍ରତିଶତ ନମ୍ବର ରଖିଥିଲେ | ଜଣେ ଗରିବ ମେଧାବୀ ଛାତ୍ରୀ ଭାବେ ବିନା ମୋବାଇଲ ଏବଂ ଟିୟୁସନରେ କେବଳ କଲେଜ ପଢା ସାଙ୍ଗକୁ ଘରେ ଦିନକୁ ଛ / ସାତ ଘଣ୍ଟା ପରିଶ୍ରମ କରୁଥିଲେ | ଅନୁ ବାରିକଙ୍କ ଏହି ସଫଳତା ପାଇଁ ଡମପଡା ସ୍ମାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଓଡ଼ିଆ ବିଭାଗ ମୁଖ୍ୟ ଚିତ୍ତରଞ୍ଜନ ରଣା, ଇଂରାଜୀ ଅଧ୍ୟାପକ ତାପସ ମହାନ୍ତି ଏବଂ କଳାପଥର ଧଳାପଥର ଉଚ୍ଚ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ମମତା ଜେନା ତାଙ୍କ ବାସଭବନକୁ ଯାଇ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଗରିବ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ତଥା ଗାଁ ମାଟି ଏବଂ ମହାବିଦ୍ୟାଳୟକୁ ଗର୍ବ ଆଣିଥିବା ଅନୁ ବାରିକଙ୍କୁ ବହୁ ସ୍ବେଛାସେବୀ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀଙ୍କ ତରଫରୁ ପ୍ରଶଂସା କରାଯାଇଛି |
ଯୁକ୍ତ ଦୁଇ କଳା ରେ ବାଙ୍କୀ ଟପର ଅନୁ ବାରିକଙ୍କୁ ସମ୍ବର୍ଦ୍ଧନା !!!

