ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମେଧାବୀ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ! ଡମପଡା ବ୍ଲକ ଅନ୍ତର୍ଗତ ଅରପୁର ଗ୍ରାମର ଆୟୁଷ ସେବା ଘର ପରିସରରେ ସାମାଜିକ ଅନୁଷ୍ଠାନ ଆମ ପରିବାର ଚକ୍ର ତରଫରୁ ଏକ ଆଲୋଚନା ଚକ୍ର ଏବଂ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଯୁବ ସମାଜ, ଆଧ୍ୟାତ୍ମିକ ଏବଂ ନୈତିକ ଶିକ୍ଷା ଉପରେ ନିଜର ମତ ରଖିଥିଲେ ଚକ୍ର ସେବକ ସୂର୍ଯ୍ୟମଣୀ ସିଠ, ଓଡ଼ିଆ ଅଧ୍ୟାପିକା ମମତା ଜେନା | ଅନୁଷ୍ଠାନର ଆବାହକ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ସଚେତନତାର ଚକ୍ର ବନ୍ଦନା ଗାନ କରିବା ସହିତ ବାଙ୍କୀ ଉପଖଣ୍ଡରେ ଯୁକ୍ତ ଦୁଇ କଳାର ସର୍ବଶ୍ରେଷ୍ଠ ନମ୍ବର ରଖିଥିବା ଅନୁ ବାରିକଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଏବଂ ଉପହାର ଦେଇ ସମ୍ବର୍ଦ୍ଧନା କରିଥିଲେ | ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଡମପଡା ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀ କୁମାରୀ ଅନୁ ବାରିକ ବିନା ଟିୟୁସନ ଏବଂ ମୋବାଇଲରେ ୫୪୩ ନମ୍ବର ରଖିଛନ୍ତି | ଛୁଆ ବେଳୁ ବାପାଙ୍କୁ ହରେଇଥିବା ଅନୁଙ୍କ ବୋଉ ଅରପୁର ପ୍ରାଥମିକ ବିଦ୍ୟାଳୟରେ ରୋଷେୟା ସହାୟକ ଭାବେ କାର୍ଯ୍ୟ କରୁଛନ୍ତି | ଅନୁ ସବୁ ସଫଳତାର ଶ୍ରେୟ ନିଜର ଦାଦା ଖୁଡିଙ୍କୁ ଦେଇଛନ୍ତି | ଅରପୁର ଗ୍ରାମର ଏହି ମେଧାବୀ ଛାତ୍ରୀଙ୍କୁ ବହୁ ଶିକ୍ଷବିତ, ବୁଦ୍ଧିଜୀବୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପ୍ରଶଂସା କରାଯାଇଛି |
ଅରପୁର ଗ୍ରାମର ଆୟୁଷ ସେବା ଘର ପରିସରରେ ମେଧାବୀ କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା !!!

