ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ବଡ଼ ରାୟ । ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ତା’ ଉପରେ ୫୦ ହଜାର ଟଙ୍କାର ଜୋରିମାନା ଲାଗୁ କରାଯାଇଛି। ଏହାର ଅର୍ଥ ମୃତ୍ୟୁ ଯାଏ ଜେଲରେ ରହିବାକୁ ଦଣ୍ଡ ପାଇଛି ପୁଞ୍ଜିଲାଲା ମେହେର । ଦୀର୍ଘ ୭ ବର୍ଷର ନ୍ୟାୟିକ ତଦନ୍ତ ପରେ ଆଜି ରାୟ ପ୍ରକାଶ ପାଇଛି । ୨ ହଜାର ପୃଷ୍ଠାର ଚାର୍ଜଶିଟ୍ ଓ ୬୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ ସହ ପକ୍ଷ ଓ ପ୍ରତିପକ୍ଷଙ୍କ ଜୋରଦାର ଯୁକ୍ତିତର୍କ ପରେ କୋର୍ଟ ପୁଞ୍ଜିଲାଲକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ମୃତ୍ୟୁ ପର୍ଯ୍ୟନ୍ତ ଜେଲ ରେ ରହିବ ଦୋଷୀ ପୁଞ୍ଜୀଲାଲ ମେହେର !!!

