ଅଲ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀଙ୍କ କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଲ ଓଡିଶା ପ୍ୟାକ୍ସ ଓ ଲ୍ୟାମ୍ପସ କର୍ମଚାରୀ ମହାସଂଘର କର୍ମଶାଳା ଓ ସମ୍ବର୍ଦ୍ଧନା ଉତ୍ସବ ! ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଙ୍ଘ ପକ୍ଷରୁ ସ୍ଥାନୀୟ ମା’ଉଗ୍ରତାରାଙ୍କ ପୀଠ ସନ୍ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ସମିତିର ଅତିରିକ୍ତ ସଚିବ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଖୁବଶୀଘ୍ର ରାଜ୍ୟରେ ସମବାୟ ସମିତିର ଥିବା ସମସ୍ୟା ସମାଧାନ ହେବା ସହ ସମବାୟ ସମିତି ପ୍ରତି ସରକାରଙ୍କ ଅଭୁମୁଖ୍ୟ ସମ୍ପର୍କରେ  ଉପସ୍ଥିତ ସମବାୟବିତ ମାନଙ୍କୁ ସୁ ପରାମର୍ଶ ଦେଇଥିଲେ | ପରେ ନୂତନଭାବେ  ଦାୟିତ୍ୱ ନେଇଥିବା ମହାସଂଘର ସଭାପତି ଶ୍ରୀରଞ୍ଜନ ମଙ୍ଗରାଜଙ୍କୁ ସଙ୍ଘ ତରଫରୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଖୁବ କମ ଦିନ ମଧ୍ୟରେ ସମବାୟ ସମିତି ସମେତ କାର୍ଯ୍ୟରତ ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ସଭାପତି ଶ୍ରୀମଙ୍ଗରାଜ ଉପସ୍ଥିତ ସମବାୟବିତଙ୍କୁ ପରାମର୍ଶ ଦେଇଥିଲେ |ଅନୁରୂପଭାବେ  ସଙ୍ଘର ଉପସଭାପତି ଚନ୍ଦ୍ରଶେଖର ନାୟକ, ସମବାୟବିତ କୃଷ୍ଣ ଚନ୍ଦ୍ର ହରିଚନ୍ଦନ,ସମବାୟ ସ୍ତମ୍ଭକାର ପ୍ରତାପ ସାମଲ, ବିଜେପିର ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଡାଇରେକ୍ଟର ପବିତ୍ର ଭୁଜୁବଳ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ | ସେହିପରି  ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ସମବାୟବିତ ମାନଙ୍କୁ ସମ୍ବୋର୍ଦ୍ଧନା କରାଯାଇଥିଲା | କର୍ମକର୍ତ୍ତା ମାନଙ୍କ ପାଇଁ କ୍ୟାଡର ରୁଲ ପ୍ରଚଳନ କରା ଯାଇଥିବାରୁ  ସମୂହ ସମବାୟ ସମିତି ତରଫରୁ ମୋହନ ସରକାରଙ୍କୁ ଜିଲ୍ଲା କର୍ମଚାରୀ ସମବାୟ ସମିତି କୃତଜ୍ଞତା ଜଣାଇଥିଲା |ଖୋର୍ଦ୍ଧା ଓ ଟାଙ୍ଗୀବ୍ଲକର ସମସ୍ତ ସଭାପତି, ସମ୍ପାଦକ ଯୋଗଦେଇଥିଲେ | ସର୍ବପରି ସମବାୟବିତ ନରେନ୍ଦ୍ର ମଙ୍ଗରାଜ, ପ୍ରଦୀପ୍ତ କୁମାର ଷଢଙ୍ଗୀ, ରମେଶ ପ୍ରଧାନ,ଜିତେନ୍ଦ୍ର ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |କାର୍ଯ୍ୟକ୍ରମକୁ ବଡପୋଖରୀଆ ସମିତିର ସମ୍ପାଦକ ଦୁଷ୍ମନ୍ତ କୁମାର ମହାପାତ୍ର ପରିଚାଳନା କରିଥିବା ବେଳେ ନୂଆଗଡ ପଞ୍ଚାୟତ ସମ୍ପାଦକ ଜଗନ୍ନାଥ ଓଝା ଧନ୍ୟବାଦ ଦେଇଥିଲେ |

Leave a Reply

Your email address will not be published. Required fields are marked *