ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗାଲୁଆ ଗ୍ରାମ ପାଞ୍ଚାୟତ ଅଧିନସ୍ଥ ସାନହନ୍ତୁଆଡ଼ ଗ୍ରାମର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଗୋଶାଳା ର ଦ୍ଵିତୀୟ ବାର୍ଷିକ ଉତ୍ସବ ସୋମବାର ଦିନ ପାଳନ କରାଯାଇଛି । ସାନହନ୍ତୁଆଡ଼ ଗ୍ରାମର କିଛି ଯୁବକ ସେବା ମନ ବୁର୍ତି ରଖି ପାଞ୍ଚ ବର୍ଷ ତଳେ ଏକ ଅସ୍ଥାୟୀ କୁଡ଼ିଆ ନିର୍ମାଣ କରି ରାସ୍ତା ଘାଟ ରେ ଦୁର୍ଘଟଣା ର ଶିକାର ହୋଇ ବୁଲୁଥିବା ଗୋ ମାତା ଙ୍କୁ ଉଦ୍ଧାର କରି ସ୍ଥାନୀୟ କିଛି ଲୋକଙ୍କ ସହଯୋଗରେ ସେମାନଙ୍କ ସେବା କହୁଛନ୍ତି । ତେବେ କଂସେଇ ଖାନାକୁ ନିଆଯାଉଥିବା ନ ପୂର୍ବରୁ ଏହି ସବୁ ଗାଈଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି। ଏତଦବ୍ୟତୀତ ଯେଉଁ ମାନଙ୍କର ଗାଈ ଅଛନ୍ତି, କିନ୍ତୁ ପାଳନ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହି ଗୋଶାଳାକୁ ଗାଈ ପଠାଇଥା’ନ୍ତି। କେବଳ ହିନ୍ଦୁମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ଵ ପାଇଁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତାଙ୍କ ନିକଟରେ ୩୩ କୋଟି ଦେବତା ବିରାଜମାନ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ମାନବ ଜାତିକୁ ଗୋମାତାଙ୍କ ଆବଶ୍ୟକତା ରହିଛି। ଗୋମାତା ଏଭଳି ଏକ ଜୀବ, ଯାହାର ପ୍ରତ୍ୟେକ ଜିନିଷ ମଣିଷ ପାଇଁ ଜରୁରୀ। ବାୟୁ ବିନା ମଣିଷ ବଞ୍ଚିବା ଯେପରି ଅସମ୍ଭବ, ଗୋମାତା ବିନା ମଣିଷ ବଞ୍ଚିବା କଷ୍ଟକର। କ୍ଷୀର ଠାରୁ ଗୋବର ପର୍ଯ୍ୟନ୍ତ ଗୋମାତା ଯୋଗାଉଥିବା ବେଳେ ସେମାନଙ୍କର ଯତ୍ନ ପ୍ରତି କାହାର ଧ୍ୟାନ ନାହିଁ। ଏବେ ଗ୍ରାମାଞ୍ଚଳରେ ମଧ୍ୟ ଗାଈ ଗୋରୂଙ୍କୁ ଦେଖିବା ସ୍ଵପ୍ନ ହୋଇପଡୁଛି। କୁଞ୍ଜ ବିହାରୀ ଗୋଶାଳା ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ଶ୍ରୀ ଶ୍ରୀ କୁଞ୍ଜ ବିହାରି ଦେବଙ୍କ ମନ୍ଦିର ପ୍ରାଙ୍ଗଣ ରେ ପାରାୟଣ ଅନୁଷ୍ଠିତ ହେବା ପ୍ରାସାଦ ସେବନ ର ବେବସ୍ତା କରଯାଇଥିଲା ।।
ବାଣପୁର ର ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ଗୋଶାଳା ର ଦ୍ଵିତୀୟ ବାର୍ଷିକ ଉତ୍ସବ !!!

