କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ସ୍କୁଲ ହତାରୁ ନର କଙ୍କାଳ ଠାବ , ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ ! ବୈଦେଶ୍ଵର ଥାନା ଅଧିନସ୍ଥ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟ ର ହତା ମଧ୍ୟରେ ରହିଥିବା ପାଚେରୀ କଡ଼ ବରଗଛ ନିକଟ ରୁ ଠାବ ହେଲା ନର କଙ୍କାଳ ! ଘଟଣା ସ୍ଥଳରେ ଖବର ପାଇଁ ପହଂଚିଛି ବୈଦେଶ୍ଵର ପୋଲିସ ! ଏକ ପେଟି ମଧ୍ୟରେ ରହିଥିଲା ଏ ନର କଙ୍କାଳ ବୋଲି ଚର୍ଚ୍ଚା ହେଉଛି ! ନର କଙ୍କାଳ କୁ ଜବତ କରି ପୋଲିସ ଆରମ୍ଭ କରିଛି ଛାନଭିନ ! ପୋଲିସ ତଦନ୍ତ ହିଁ ସ୍ପଷ୍ଟ କରିବ ଏ ନର କଙ୍କାଳ ଟି କାହାର ?
ସ୍କୁଲ ହତାରୁ ନର କଙ୍କାଳ ଠାବ : ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ !!!

