ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଗୋରୁ ସହ ଗାଡ଼ି ଜବତ , ହେଲେ ଗୋରୁ ମାଫିଆ ଫେରାର l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଞ୍ଚାୟତର ସରାସିଂହ ଗ୍ରାମ ନିକଟରେ ରାତି ୧୧ ଘଟିକା ସମୟରେ ଗୋରୁ ଗାଡି ଜବତ ହୋଇଛି ! ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ , ଏକ ପିକ୍ଅପ ଗାଡ଼ିରେ ଗୋରୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ସରାସିଂ ଗ୍ରାମ ନିକଟରେ ଜଗି ରହିଥିଲେ ଏବଂ ଏହି ସମୟରେ ସେହି ଗାଡ଼ି ଆସୁଥିବା ଦେଖି ଗାଡ଼ିକୁ ଅଟକାଇ ଥିଲେ ! ଗାଡ଼ି ଅଟକିବା ମାତ୍ରେ ଗୋରୁ ମାଫିଆ ମାନେ ଅନ୍ଧାରର ସୁଯୋଗ ନେଇ ଗାଡିରୁ ଡେଇଁ ଚଂପଟ ମାରିଥିଲେ l ମହିନ୍ଦ୍ରା ପିକଅପ୍ ଗାଡିରେ ୮ ଟି ଗାଈ ଥିଲେ , ସେଥି ମଧ୍ୟରୁ ଦୁଇ ଗୋଟି ଗାଈ କୁ ଅତି କଦର୍ଯ୍ୟ ଭାବେ ଚାରି ଗୋଡ ବାନ୍ଧି ଗାଡ଼ି ଭିତରେ ଆଣିଥିଲେ ! ଜବତ ଗୋରୁ ଗାଡ଼ିକୁ ହିନ୍ଦୋଳ ଥାନାକୁ ଅଣାଯାଇଥିଲା ଓ ସେହି ବନ୍ଧା ଯାଇଥିବା ଗାଈ ଭିତରୁ ଗୋଟିଏ ମରି ଯାଇଥିଲା ! ଆଉ ଗୋଟିଏ ଗାଈ ଅତି ଗୁରୁତର ଅବସ୍ଥାରେ ଥିବାରୁ ତାକୁ ପ୍ରାଣୀ ଚିକିତ୍ସା ଅଧିକାରୀ ଚିକିତ୍ସା କରିଥିଲେ l ଗାଡି ମାଲିକ ନାମରେ ଥାନାରେ ମାମଲା ଦାଏର କରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ କହିଛନ୍ତି l
ଗୋରୁ ସହ ଗାଡ଼ି ଜବତ , ହେଲେ ଗୋରୁ ମାଫିଆ ଫେରାର !!!

