ଗୋଦାବରୀଶ ମହାବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ଅନ୍ୟତମ ବରପୁତ୍ର ପଣ୍ଡିତ ଗୋଦାବରୀଶଙ୍କ ୬୯ତମ ଶ୍ରାଦ୍ଧ ବାର୍ଷିକୀ ତଥା ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଉତ୍ସବ ମହାବିଦ୍ୟାଳୟ ଅଡିଟୋରିୟମରେ ପାଳିତ ହୋଇଛି।ପ୍ରତ୍ୟୁଷରେ ଅଧ୍ୟକ୍ଷ ଓ କର୍ମଚାରୀ ମାନେ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ତିଳ ତର୍ପଣ କରି ଗୋଦାବରୀଶଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଉପ ଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜର୍ମାନ , ଜାପାନ ଦେଶର ପିଲା ମାନଙ୍କ ଭଳି ସ୍ୱାଭିମାନ ତଥା ବାଜି ରାଉତଙ୍କ ଭଳି ଦେଶପ୍ରେମ ଭାବ ପରି ପ୍ରକାଶ କରିବା ପାଇଁ ଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ।ମୁଖ୍ୟ ବକ୍ତା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ ଚାନ୍ଦ କିଶୋର ତ୍ରିପାଠୀ ବାଣପୁର ଅଞ୍ଚଳର ଅତୀତର ଗୌରବମୟ ସଂସ୍କୃତି ଓ ବାଣ ଭଟ୍ଟଙ୍କ ଭଳି ମହାପଣ୍ଡିତ ମାନଙ୍କ ଜନ୍ମ ମାଟିର ମହାନୀୟଟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ତଥା ପୁରାତନ ଛାତ୍ର ସଂଘର ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ଭୋଳ ଛାତ୍ର ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ସୁନାମ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଯୁକ୍ତ ଦୁଇର ପୂର୍ବତନ ଭାରପ୍ରାପ୍ତ ଅଧିକାରୀ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ମହାବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।ସହ ପ୍ରଶାସନିକ ଅଧିକାରୀ ଡ଼ ସୁଜାତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।ପରିଶେଷରେ ଅଧ୍ୟାପିକା ମିକି ମନସ୍ଵିନୀ, ପ୍ରୟୋଷ୍ମୀ ମିଶ୍ର,ଅଧ୍ୟାପକ ଅରବିନ୍ଦ ନାୟକ, ହିଟଲର ବେହେରାଙ୍କ ଉପସ୍ଥାପନାରେ ଛାତ୍ର ଛାତ୍ରୀ ମାନେ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଶ୍ରୀ ଆଦିତ୍ୟ ସାରଥୀ ବେଦମତ୍ତା,କ୍ୟାପଟେନ ଗୁରୁକିଶୋରେ ନାୟକ ,ସତ୍ୟାନନ୍ଦ ମହାରଣା , ଏନ୍ ସି ସି ରେଞ୍ଜର ରୋଭର୍ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ ସମସ୍ତ ସେବା ଯୋଗାଇ ଦେଇଥିଲେ।ଏହି ସଭାରେ ମହାବିଦ୍ୟାଳୟର ଅନେକ ପୁରାତନ କର୍ମଚାରୀଙ୍କ ଯୋଗଦାନ ସମସ୍ତଙ୍କୁ ଉତ୍ସାହିତ କରିଥିଲା।

Leave a Reply

Your email address will not be published. Required fields are marked *