ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ଆଜି ନୟାଗଡ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ଆଇନ, ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ କରିବା, ସ୍ୱାସ୍ଥ୍ୟ ବୀମାକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି ସହ ଏଥିରେ ପିତାମାତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ନିର୍ଭରଶୀଳ ସନ୍ତାନ ସନ୍ତତିଙ୍କୁ ସାମିଲ କରିବା ନେଇ ଦାବି କରାଯାଇଛି । ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକ ପେନସନ୍ ଯୋଜନାରେ ୧୫ ହଜାର ଟଙ୍କା ଦିଆଯାଉଥିବା ବେଳେ ଓଡିଶାରେ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରାଯାଇଛି । ଆୟୁଷ୍ମାନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନାରୁ ବାଦ୍ ଦିଆଯିବା ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରାଯାଇଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଜନଶୁଣାଣି ଶିବିର ଠାରେ ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ମାନେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ ଜିଲ୍ଲା ଶାଖା ସଭାପତି ଶ୍ରୀକାନ୍ତ ଖଟେଇ, ସମ୍ପାଦକ ବୈଦ୍ୟଭୂଷଣ ମହାପାତ୍ର, ଓଡ଼ଗାଁ ଶାଖା ସଭାପତି ଅଶୋକ କୁମାର ମହାପାତ୍ର, ସମ୍ପାଦକ ଗଣେଶ୍ୱର ସାହୁ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ରଙ୍କ ସମେତ ଜିଲ୍ଲା ଓ ବ୍ଲକ ଶାଖାର ବହୁ ସଦସ୍ୟ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *