ହିନ୍ଦୋଳ ବନ ବିଭାଗର ଅପାରଗତା : ହାତୀ ଆକ୍ରମଣରେ ଗୋଟିଏ ଦିନରେ ୩ ମୃତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ବନ ବିଭାଗର ଅପାରଗତା l ହାତୀ ଆକ୍ରମଣରେ ଗୋଟିଏ ଦିନରେ ୩ ମୃତ l ନିଲମ୍ବିତ ହେଲେ ରେଞ୍ଜର ଗୌତମ ପ୍ରଧାନ ରାସୋଳ ଫରେଷ୍ଟର ଓ ଗାର୍ଡ l ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ପଞ୍ଚାୟତର ବାଘଧରିଆ ଗ୍ରାମରେ l ଏହି ଗ୍ରାମର କରୁଣାକର ଦେହୁରୀ, ଖୁଲଣା ଦେହୁରୀ ଓ ଶଶି ସାହୁ ୩୧/୭/୨୦୨୫ ତାରିଖ ସକାଳ ସମୟରେ ଗ୍ରାମ ନିକଟରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଉଥିବା ସମୟରେ ଏକ ଦନ୍ତା ହାତୀ ସହିତ ମୁହାଁ ମୁହିଁ ହେବା ଫଳରେ ହାତୀ ତାଙ୍କୁ ଶୁଣ୍ଢରେ କଚାଡି ମାରିଦେଇଥିଲା ଓ ହାତୀ ଆକ୍ରମଣରେ କରୁଣା କର ଦେହୁରୀ ଓ ଖୁଲଣା ଦେହୁରୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଓ ଶଶି ସାହୁ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ଓ ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କୁ ସାତମାଇଲି ଛକ ଠାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ମଧ୍ୟ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଂଚି ନ ଥିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଖବର ପାଇ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ପହଞ୍ଚି ଥିଲେ ଓ ଲୋକମାନଙ୍କୁ ବୁଝା ସୁଝା କରିଥିଲେ ଓ ମୃତକ ଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ଉପଜିଲ୍ଲାପାଳ ୫,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ ଓ ବନ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କା ପ୍ରଥମେ ଦିଆଯିବ ଓ ଆଉ ନଅ ଲକ୍ଷ ଟଙ୍କା ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ କହିଥିଲେ l

Leave a Reply

Your email address will not be published. Required fields are marked *