କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ନିର୍ବାଚନ ମଣ୍ଡଳୀ କିଶନନଗର ପଂଚାୟତର ଏକ ଅସହାୟ ପରିବାର କୁ ପୋଷ୍ୟ ଭାବରେ ଗ୍ରହଣ କରିଛି ସାମାଜିକ ସଂଗଠନ ! ଅସହାୟ ର ସାଥି ପାଲଟିଛି କଟକ ର ଅଗ୍ରଣୀ ସଂଗଠନ ଶ୍ରୀ ଜଗନ୍ନାଥ ଚ୍ୟାରିଟେବଲ ଟ୍ରଷ୍ଟ ! ତିନି ବର୍ଷ ଧରି ପରିବାର କୁ ଯୋଗାଇ ଆସୁଛନ୍ତି ସମସ୍ତ ସହାୟତା ! ଏ ମଧ୍ୟରେ ସେହି ପରିବାର ର ରାଜେନ୍ଦ୍ର ସାମଲ ଆରପାରି କୁ ଚାଲି ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ପୁଷ୍ପଲତା ସାମଲ ଏବଂ ପିଲା ମାନଙ୍କର ସମସ୍ତ ଆବଶ୍ୟକତା କୁ ପୂରଣ କରୁଛି ସଂଗଠନ ! ପ୍ରତି ମାସରେ ସଂଗଠନ ତରଫରୁ ଆବଶ୍ୟକୀୟ ସାମଗ୍ରୀ , ରାସନ , ପନି ପରିବା ଏବଂ ଅନ୍ୟାନ୍ୟ ଘରକରଣା ଉପକରଣ ଯୋଗ ଯାଉଛି ବୋଲି ସଂଗଠନ ସଭାପତି କହିଛନ୍ତି ! ଚଳିତ ମାସ ପାଇଁ ସାମଗ୍ରୀ ଧରି ସଂଗଠନ ସଦସ୍ୟ ମାନେ ବର୍ଷା ରେ ଭିଜି ପହଂଚିଥିଲେ ସେଠାରେ ! ସଂଗଠନର ପ୍ରତିଷ୍ଠାତା ସଭାପତି ଦେବାଶିଷ ସାହୁ, ଉପସଭାପତି ସରୋଜିନୀ କାହାଳୀ , ଉପଦେଷ୍ଟା ଦୁର୍ଗାପ୍ରସାଦ କାନୁନଗୋ , ସଦସ୍ୟ ସସ୍ମିତା ବେହେରା , ଅନିତା ଦାସ, ସୋନମ୍ , ତନୁ , ପ୍ରସନମିତ କାନୁନଗୋ , ନିମାଇଁ ନାୟକ , ବାଦଲ ଏବଂ କୁନା ପ୍ରମୂଖ ପହଂଚି ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲେ ।
ଅସହାୟ ପରିବାର କୁ ପୋଷ୍ୟ ଭାବରେ ଗ୍ରହଣ କରିଛି ସାମାଜିକ ସଂଗଠନ !!!

