ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ସପ୍ତମ ମାସିକ ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ସପ୍ତମ ମାସିକ ବୈଠକ ରେ ଯୋଗ ଦେଲେ ହିନ୍ଦୋଳ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ ରାସୋଳ ଥାନା ଅଧିକାରୀ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କୁନୁଆ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ସଂଘର ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସପ୍ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ଓ ରାସୋଳ ଥାନା ଅଧିକାରୀ ବିଧୁ ଭୂଷଣ ମିଶ୍ର ଯୋଗ ଦେଇଥିଲେ ! ଆରକ୍ଷୀ ଅଧିକ୍ଷକ ସତ୍ୟ କୁମାର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ କି ସାମ୍ବାଦିକ ଓ ପୋଲିସ ମୁଦ୍ରାର ଦୁଇ ପାର୍ଶ୍ଵ ଓ ପୋଲିସ ସାମ୍ବାଦିକ ପରଷ୍ପର ପରିପୂରକ ପୋଲିସ ! ସାମ୍ବାଦିକ ମାନେ ଜନସାଧାରଣ ଙ୍କ ପାଇଁ କାମ କରୁଛନ୍ତି ଓ ଆହୁରି ମଧ୍ୟ କହିଥିଲେ ସାମ୍ବାଦିକ ମାନେ ଯେଉଁଠାରୁ ଯେଉଁ ଖବର ପାଇବେ ତାହା ପୋଲିସ କୁ ସଙ୍ଗେ ସଙ୍ଗେ ଜଣାନ୍ତୁ ଏବଂ ତାହା ଯଦି ନ ହୁଏ ତାହା ହେଲେ ଅନ୍ୟ ମାଧ୍ୟମରେ ସଠିକ ଖବର ଦିଅନ୍ତୁ ବୋଲି କହିଥିଲେ l ଏହି ବୈଠକରେ ନୂତନ ସଦସ୍ୟ ଭାବେ ଅନିମା ସାହୁ, ଚନ୍ଦନ ନାଏକ, କୁଶଳ ପଟ୍ଟନାୟକ ଓ ବିଭୁ ପ୍ରସାଦ ଶତପଥୀ ଉପସ୍ଥିତ ରହିଥିବା ସମୟରେ ସଂଘର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ନାଏକ , ସୁବ୍ରତ କୁମାର ମହାପାତ୍ର, ସୁଶାନ୍ତ କୁମାର ପାଳ, ପ୍ରକାଶ ନାଥ, ନରେନ୍ଦ୍ର କୁମାର ନାଏକ , ଦୁଃଶାସନ ନାଏକ , ଚୈତନ୍ୟ ସାମଲ , ସନ୍ତୋଷ କୁମାର ଦାସ, ପଞ୍ଚାନନ ବେହେରା ଯୋଗ ଦେଇଥିଲେ ! କୁନୁଆ ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ ଏବଂ ପୂର୍ବତନ ସରପଞ୍ଚ ନିରଞ୍ଜନ ସାମଲ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *