କେନ୍ଦ୍ରାପଡା ( ଆୱାଜ ମିଡିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଦେଶ ପାଇଁ ନିଜ ଜୀବନ ବଲିଦାନ କରିଥିବା ସହିଦ ଚିତ୍ତରଂଜନ ପ୍ରଧାନଙ୍କୁ ସ୍ମରଣ କରି ‘ଆଶାର ଆଲୋକ’ ଚାରି ଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ଆଜି ପ୍ରାୟ ପୁର୍ବାହ୍ନ ୧୦ଟା ସମୟରେ ସହିଦଙ୍କ ମୂର୍ତ୍ତି ପାଖରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ସଦସ୍ୟମାନେ ସହିଦଙ୍କ ତ୍ୟାଗ ଓ ସାହସକୁ ସମ୍ମାନ ଜଣାଇ, ଯୁବପିଢ଼ୀଙ୍କୁ ଦେଶସେବାର ପ୍ରେରଣା ଗ୍ରହଣ କରିବାକୁ ଆହ୍ୱାନ କଲେ। ସେମାନଙ୍କ କହିବାମାନେ, ସହିଦମାନଙ୍କର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ସମାଜରେ ଏକତା, ସଚେତନତା ଓ ଜାତିୟତାର ସଚେତନ ପ୍ରଚାର ଅତ୍ୟାବଶ୍ୟକ ।
ସହିଦ ଚିତ୍ତରଂଜନ ପ୍ରଧାନଙ୍କ ମୂର୍ତ୍ତିରେ ‘ଆଶାର ଆଲୋକ’ ଚାରି ଟେବୁଲ୍ ଟ୍ରଷ୍ଟର ପୁଷ୍ପାଞ୍ଜଳି !!!

