ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାଲେଶ୍ବର ଆଲଏଜ୍ କାଳିଆପାଣି କ୍ରୋମାଇଟ୍ ଖଣି ପକ୍ଷରୁ ଅନୁଷ୍ଠିତ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ୍ କ୍ରିକେଟ୍ ଲିଗ୍ ଟୁର୍ନାମେଣ୍ଟ୍ରେ ବାଲ୍ ଲାୟନ୍ସ ବିଜେତା ହୋଇ ଚାମ୍ପିଅନ୍ସ ଟ୍ରଫି ଓ ୨୫ ହଜାର ଟଙ୍କା ପୁରସ୍କାର ରାଶି ହାସଲ କରିଛି। ଫାଇନାଲରେ ଏହି ଦଳ ଅଟୱାଲ ଡେଞ୍ଜର୍ସକୁ ୩୭ ରନରେ ହରାଇଥିଲା। ବାଲ ଟାଇଗର୍ସ ସେକେଣ୍ଡ୍ ରନର୍ସଅପ୍ ଟ୍ରଫି ଜିତିଥିଲା। ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ କାଳିଆପାଣି ଥାନା ପାଖ ଗୋପବନ୍ଧୁ କ୍ଲବ ପଡ଼ିଆରେ ଅନୁଷ୍ଠିତ ଟୁର୍ନାମେଣ୍ଟ୍ ଉଦ୍ଘାଟନ କରିଥିଲେ । ଖଣିମୁଖ୍ୟ ଇଂ ବିଶ୍ବରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ଘଡ଼ାଇ ଯୋଗଦେଇ ସ୍ବାଧୀନତା ଦିବସରେ ନିଆରା କ୍ରୀଡ଼ା ଉତ୍ସବ ଆୟୋଜନ କରି ବାଲେଶ୍ବର ଆଲଏଜ୍ ଉଦାହରଣ ସୃଷ୍ଟି କରିଥିବା କହିଥିଲେ। ଉଦ୍ଯାପନୀ ସଂଧ୍ୟାରେ ଖଣିର ସଭାପତି ସୁଧାଂଶୁ ପାଟ୍ନି ମୁଖ୍ୟଅତିଥି, ଅଟୱାଲ ମହାପ୍ରବନ୍ଧକ ଇଂ ପ୍ରଦୀପ କୁମାର ମହାପାତ୍ର, ସାମ୍ବାଦିକ ରବି ନାରାୟଣ କର, ସମାଜସେବୀ ଅନିତା ପାଟ୍ନି ସମ୍ମାନିତ ଅତିଥି ଭାବେ ପୁରସ୍କାର ବିତରଣ କରିଥିଲେ। ନିକୁଞ୍ଜ ପ୍ରଧାନ ମ୍ୟାନ୍ ଅଫ୍ ଦି ସିରିଜ ଓ ସରୋଜ ନାହାକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। ଗିରିଜା ପ୍ରସାଦ ବିଶ୍ବାଳ, ଭବାନୀ ଶଂକର ଦାଶ, କୁନାଲ ପାତ୍ର ଓ ବିଶ୍ବଜିତ ମହାନ୍ତ ଶ୍ରେଷ୍ଠ ଆୟୋଜକ ଭାବେ ସମ୍ମାନିତ ହୋଇଥିଲେ। ବିଶ୍ବଜିତ ମିଶ୍ର ଓ ଦିଲ୍ଲୀପ ସାହାଣି ଅମ୍ପାୟାର, ହିମାଂଶୁ ବାରିକ ଓ ପ୍ରଭାତ ମହାନ୍ତି ସ୍କୋରର ଏବଂ ସୌଭାଗିନୀ ସାହୁ(ଲିଜା) ଓ ପରେଶ ପରିଡ଼ା ଭାଷ୍ୟକାର ଭାବେ ଖେଳ ପରିଚାଳନା କରିଥିଲେ । ଏହି ବିଶେଷ କାର୍ଯ୍ୟକ୍ରମ ଶୁକ୍ରବାର ଦିବା 10 ଘଟିକା ଠାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଘଟିକା ସମୟରେ ସମାପନ ହୋଇଥିଲା ।
ବାଲେଶ୍ବର ଆଲଏଜ୍ ପକ୍ଷରୁ କାଳିଆପାଣି ଗୋପବନ୍ଧୁ କ୍ଲବ ପଡ଼ିଆରେ ଇଣ୍ଡିପେଣ୍ଡେଣ୍ଟ୍ କ୍ରିକେଟ୍ ଲିଗ ଅନୁଷ୍ଠିତ !!!

