ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଣେଶ ମୂର୍ତ୍ତି ରେ ମାଟି ମୂର୍ତ୍ତି କାରିଗରଙ୍କ ଶେଷ ସ୍ପର୍ଶ ! ଆଉ କିଛି ଦିନ ପରେ ବିଘ୍ନରାଜ ଗଜାନନ ଙ୍କ ପୂଜା । ତେଣୁ ମୂର୍ତ୍ତି କାରିଗର ମାନେ ଗଣେଶଙ୍କ ମୂର୍ତ୍ତି କରିବାରେ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି । ମାଟି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢିବାରେ ବ୍ୟସ୍ତ ରହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଟିକିଆ ସାହି , ଚିତ୍ରକାର ସାହିରେ ମାଟି ମୂର୍ତ୍ତି କାରିଗର ମାନେ ମୂର୍ତ୍ତି ଗଢିବାରେ ବ୍ୟସ୍ତ ଅଛନ୍ତି । କାରିଗର ମାନେ ତୁଳୀରେ ମୂର୍ତ୍ତିକୁ ଶେଷ ସ୍ପର୍ଷ ଦେଉଥିବାର ଦେଖିବାକୁ ମିଳିଛି । ମାଟି ମୂର୍ତ୍ତି ଅତି ସୁନ୍ଦର ନିଖୁଣ ଭାବରେ ନିର୍ମିତ ହୋଇଥିବା ବେଳେ , ମୂର୍ତ୍ତି କିଣିବା ସକାଶେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ବିଭିନ୍ନ ସାହି ଛକ ବଜାରରେ ଗଣେଶଙ୍କ ମୂର୍ତ୍ତି ବିକ୍ରି ହେଉଛି ! ଆଧୁନିକତାରେ ହଜି ଯାଉଥିବା ମଣିଷ ମାଟି ମୂର୍ତ୍ତି ପ୍ରତି ଆକୃଷ୍ଟ ହେଉଛନ୍ତି ।
ଗଣେଶ ମୂର୍ତ୍ତି ରେ ମାଟି ମୂର୍ତ୍ତି କାରିଗରଙ୍କ ଶେଷ ସ୍ପର୍ଶ !!!

