୨୪ ତମ ଭଟ୍ଟାରିକା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ୨୪ ତମ ଭଟ୍ଟାରିକା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ! ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କ ଷୋଡଷ ଉପଚାର ପୂଜା ଓ ଭଟ୍ଟାରିକା ମହୋତ୍ସବ – ୨୦୨୫ ପାଇଁ ଆଜି ପାନ୍ଥନିବାସ ସଭା ଗୃହରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ! ବଡମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଙ୍କ ପୌରହିତ୍ୟ ଏବଂ ଦେବୋତର ଅଧିକାରୀ ସ୍ୱାଶତ ରଞ୍ଜନ ଦାସ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ବୈଠକ ରେ ମନ୍ଦିର ସେବାୟତ , ଆଞ୍ଚଳିକ ପରିଚାଳନା କମିଟି ସଦସ୍ୟ , ପର୍ଯ୍ୟଟନ ବିଭାଗ , ବିଦ୍ୟୁତ ବିଭାଗ , ପୋଲିସ ବିଭାଗ , ସ୍ୱାସ୍ଥ୍ୟ ବିଭାଗ , ଅଗ୍ନିଶମ ବିଭାଗ ଅଧିକାରୀ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ବିସ୍ତୁତ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ପାନୀୟ ଜଳ, ନିରବଛିନ୍ନ ବିଦ୍ୟୁତ ସେବା ଗମନାଗମନ ବ୍ୟବସ୍ଥା , ଶୃଙ୍ଖଳିତ ଦର୍ଶନ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଆସନ୍ତା ୧୪ ତାରିଖରେ ମା ଙ୍କ ଆୟୁଦ୍ଧ ଯାତ୍ରା ଓ ଶୋଡ଼ଶ ଉପଚାର ପୂଜା ଆରମ୍ଭ ହେବ ! ଦଶହରା ପୂଜା ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତି ନିଆଗଲା । ସଭା ଶେଷରେ ବିଧାୟକ ବିଜୟ କୁମାର ଦଳଦେହେରା ଗଣମାଧ୍ୟମ କୁ ବିସ୍ତୁତ ସୂଚନା ଦେଇ ମହା ଆଡମ୍ବର ରେ ମା ଙ୍କ ପୂଜା କିଭଳି ସୁଚାରୁ ରୂପେ ସମାପନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଆରୋପ କରିଥିଲେ ।

Leave a Reply

Your email address will not be published. Required fields are marked *