ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓରମି ସେବା ସମବାୟ ସମିତି ରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି । ସେବା ସମବାୟ ସମିତିରେ ସୁନୀଲ କୁମାର ମଙ୍ଗରାଜ ଦୀର୍ଘ 5 ବର୍ଷ ଧରି ସମ୍ପାଦକ ଭାବେ ଅଞ୍ଚଳର ଚାଷୀଙ୍କ ସୁଖ ଦୁଃଖ ଓ ବିଭିନ୍ନ ସମସ୍ୟା ବୁଝି ଚାଷୀଙ୍କ ପାଇଁ କାମ କରି ଆସୁଥିଲେ । ଅନେକ ଚାଷୀ ଏହି ସମ୍ପାଦକ ଙ୍କ ସାହାଯ୍ୟ ରେ ଉପକୃତ ହୋଇଛନ୍ତି । ଓରମି ସମବାୟ ସମିତି ର ଜଣେ ଦକ୍ଷ କର୍ମଚାରୀ ଭାବେ ଦୀର୍ଘ 5 ବର୍ଷ ଧରି ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ ବୋଲି କହିଛନ୍ତି ଅଞ୍ଚଳର ଚାଷୀ ମାନେ। ସମ୍ପାଦକ ଙ୍କ ବିଦାୟ ବେଳେ ଅନେକ ଚାଷୀ ମନରେ ଦୁଖଃ ପ୍ରକାଶ କରିଥିଲେ ।

ସମ୍ପାଦକ ସୁନୀଲ କୁମାର ମଙ୍ଗରାଜ ବଦଳି ପରେ ଓରମି ସେବା ସମବାୟ ସମିତିର ନୂତନ ଭାବେ କାର୍ଯ୍ୟ କରିବେ ମଧୁସ୍ମିତା ପାଟଶାଣୀ । ଏହି ସଭା ରେ ପୂର୍ବତନ ସମ୍ପାଦକଙ୍କୁ ବିଦାୟ ଦେବା ସହିତ ନୂତନ ସମ୍ପାଦିକା ଭାବେ ଯୋଗ ଦେଇଥିବା ମୁଧୁସ୍ମିତା ପାଟଶାଣୀ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଜଣେ ମହିଳା ହୋଇମଧ୍ୟ ଆଗକୁ ଚାଷୀ ଭାଇ ଙ୍କୁ ସମସ୍ତ ସୁବିଧା ସହଯୋଗ କରିବି ଏବଂ ସମବାୟ ସମିତି ପାଇଁ ଆହୁରି ଭଲ କାମ କରି ଦେଖାଇବି ବୋଲି କହିଛନ୍ତି ନୂତନ ସମ୍ପାଦିକା ମଧୁସ୍ମିତା ପାଟଶାଣୀ । ଆୟୋଜିତ ସଭାରେ ସମିତିର ସଭାପତି ପ୍ରମୋଦ କୁମାର ବଳିଆରସିଂହ, ଉପ-ସଭାପତି କାଞ୍ଚନ ମଙ୍ଗରାଜ, ମୁଖ୍ୟ ବକ୍ତା ନରେନ୍ଦ୍ର କୁମାର ମଙ୍ଗରାଜ, ନାରଣ ବଳିଆରସିଂହ, ବିନତି ବରିସଲ, ନିରଞ୍ଜନ ସେଠି, ସତ୍ୟପ୍ରିୟ ବାରିକ ଏବଂ ଅଞ୍ଚଳର ଅନେକ ଚାଷୀ ଭାଇ ବିଦାୟ କାଳୀନ ସଭାରେ ଯୋଗ ଦେଇଥିଲେ ।

