ଗଜପତି ରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଦାବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ଶୀତଳ ଭଣ୍ଡାର ନଥିବାରୁ ପନିପରିବା ଦର ନିୟନ୍ତ୍ରଣରେ ରହୁନାହିଁ , ସରକାର ଶୀତଳ ଭଣ୍ଡାର ନିର୍ମାଣ କଲେ ଚାଷୀ ଓ ଜନସାଧାରଣ ଉପକୃତ ହୋଇପାରିବେ । ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଭାବେ ପରିଚିତ । ରାଜ୍ୟ ସରକାର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ସକାଶେ ଘୋଷଣା କରିଥିଲେ , କିନ୍ତୁ ପାରଳାଖେମୁଣ୍ଡି ଠାରେ ଥିବା ଶୀତଳ ଭଣ୍ଡାରଟି ଶୀତଳ ଅବସ୍ଥାରେ ପଡି ରହିଛି ! ଏହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ , ଯାହା ଫଳରେ ଚାଷୀ ଓ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପଛୁଆ ଜିଲ୍ଲା ଭାବେ ପରିଚିତ ଗଜପତିରେ ଗୋଟିଏ ହେଲେ କଳ କାରଖାନା ନାହିଁ। ଜିଲ୍ଲାର ପ୍ରାୟ 80 ପ୍ରତିସତ ଲୋକ କୃଷି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ପନିପରିବା ଚାଷ କରୁଥିବା ବେଳେ ଜିଲ୍ଲାର 7ଟି ବ୍ଲକ ମଧ୍ଯରୁ 5 ଟି ବ୍ଲକ ଆଦିବାସି ଅଧ୍ୟୁଷିତ ଦୁର୍ଗମ ପାହାଡିଆ ଜଙ୍ଗଲ ଅଞ୍ଚଳ ହୋଇଥିବା ଯୋଗୁଁ ତେନ୍ତୁଳି, ପଣସ ,ଆମ୍ବ , ସପୁରି, କମଳା, ଲେମ୍ବୁ , ପିଜୁଳି, ମକା ଇତ୍ୟାଦି ପ୍ରଚୁର ପରିମାଣରେ ଆଦାୟ ହୋଇଥାଏ ! ଚାଷି ନିଜର ଉତ୍ପାଦନ କରୁଥିବା ଜିନିଷ ର ସୁରକ୍ଷା ତଥା ସୁରକ୍ଷିତ ଭାବେ ରଖିବା ଉଦ୍ଦେଶ୍ୟ ନେଇ 1966 ମସିହାରେ ଏକ ଶୀତଳ ଭଣ୍ଡାର ପାରଳାଖେମୁଣ୍ଡିରେ ନିର୍ମାଣ ହୋଇଥିଲା । ଏଥିରେ 6500 କ୍ୟୁଣ୍ଟାଲ ସାମଗ୍ରୀ ରଖିବାର ସାମର୍ଥ୍ୟ ଥିଲା । ଚାଷୀ ମାନେ ଏଠାରେ ନିଜ ଉତ୍ପାଦିତ ସାମଗ୍ରୀ ରଖି ପାରୁଥିଲେ ଓ ସେହି ଅନୁସାରେ ଲାଭବାନ ହେଉଥିଲେ ! ବର୍ତ୍ତମାନ ତାହା ଅଚଳ ହୋଇ ପଡ଼ିଛି , ଯନ୍ତ୍ର ପାତି ଖତ ଖାଇବା ସହ କୋଠା ମଧ୍ୟ ନଷ୍ଟ ହେବାରେ ଲାଗିଛି । ସେହି ଶୀତଳ ଭଣ୍ଡାରଟି ଜିଲ୍ଲାବାସୀଙ୍କ କାର୍ଯ୍ୟରେ ଲାଗୁନାହିଁ । ଶୀତଳ ଭଣ୍ଡାରଟି ଥିଲେ ଆଳୁ ପିଆଜ ଆଦାୟ ସମୟରେ କମ ଦାମ୍ ରେ କିଣି ଗଚ୍ଛିତ ରଖିବାରେ ସକ୍ଷମ ହୋଇ ପାରିଥାନ୍ତା । ପନିପରିବା ନିଅଣ୍ଟ ହେଉଥିବା ଯୋଗୁଁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଅଣାଯାଇ ବିକ୍ରୀ କରାଯାଉଛି । ଯାଦ୍ୱାରା ଦର ବୃଦ୍ଧି ଘଟୁଛି । ଶୀତଳ ଭଣ୍ଡାରଟି ଥିଲେ କିଛି ମାତ୍ରାରେ ଦରଦାମ ନିୟନ୍ତ୍ରଣ ହୋଇ ପାରିଥାନ୍ତା ! କୃଷି ପ୍ରଧାନ ଗଜପତି ଜିଲ୍ଲାବାସୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ନୂତନ ସରକାର ଗଜପତି ଜିଲ୍ଲାରେ ନୂତନ ଭାବେ ଶୀତଳ ଭଣ୍ଡାର ନିର୍ମାଣ କଲେ , ଚାଷି ଓ ଜନସାଧାରଣ ଉପକୃତ ହୋଇପାରନ୍ତେ !

Leave a Reply

Your email address will not be published. Required fields are marked *