ଲକ୍ଷ୍ମୀ ନାରାୟଣ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ହିନ୍ଦୋଳ ଉପଖଣ୍ଡ ବାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେଡ଼ାପଡ଼ା ଗ୍ରାମର ମେଳାରଗଡ଼ି ଠାରେ ଅବସ୍ଥିତ ଲକ୍ଷ୍ମୀ ନାରାୟଣ ଙ୍କ ମନ୍ଦିର ପରିସରରେ ଆଜି ପ୍ରଥମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇ ଯାଇଅଛି। ଏହି ଅବସରରେ ମନ୍ଦିରରେ ଏକ ମହା ଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପୂଜକ କାନନ ମିଶ୍ର କର୍ତ୍ତାକର୍ତ୍ତୀ ଭାବେ ଜୟନ୍ତ ସାମଲ, କୁକୁମ ସାମଲ ଯୋଗ ଦେଇଥିଲେ। ମୂଖ୍ୟ ପୂଜକ ଭାବେ ସର୍ବେଶ୍ୱର୍ ମିଶ୍ର ପୂଜାର୍ଚ୍ଚନା କରିଥିଲେ। ବାର୍ଷିକ ଉତ୍ସବ ପାଳନ ଅବସରରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅନୁଷ୍ଠାନ ବେଡ଼ାପଡ଼ା ଦ୍ଵାରା ଆୟୋଜିତ ଏକ ସମ୍ଭର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡ ଚୈତନ୍ୟ ସାହୁ , ମୁଖ୍ୟବକ୍ତା ସଭାପତି ବରିଷ୍ଠ ନାଗରିକ ମଞ୍ଚ ହିନ୍ଦୋଳ ଶ୍ରୀ ନିବାସ ମିଶ୍ର, ସମ୍ମାନିତ ଅତିଥି ରାଜେନ୍ଦ୍ର କୁମାର ପାଳ, ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, ଲକ୍ଷ୍ମଣ ସାମଲ, ବେଡାପଡ଼ା ଗ୍ରାମ ସଭାପତି ଦୁଷ୍ମନ୍ତ ଗଡ଼ନାୟକ , ସାମ୍ବାଦିକ ପ୍ରଶାନ୍ତ ଜେନାମଣି, ବିଙ୍କୁ ବିଶ୍ୱାଳ, ମାନସ ମାଝୀ ପ୍ରମୁଖ ଯୋଗ ଦେଇ ବେଡ଼ାପଡ଼ା, ଭିଙ୍ଗିରା ଓ ବ୍ରହ୍ମପୁର ଗ୍ରାମର କେତେକ ଦିବ୍ୟାଙ୍ଗ ବ୍ୟକ୍ତି , ଅସହାୟ ପୁରୁଷ ଓ ମହିଳା, ପିତୃମାତୃ ହୀନ ପିଲା, ୨୦୨୫ ଆର୍ଥିକ ବର୍ଷରେ ଶତକଡା 80 ଭାଗରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ନ 4.30 ମି ସମୟରେ ନଗର ପରିକ୍ରମା ସହିତ ସନ୍ଧ୍ୟାରେ ବିଭିର୍ନ ଗ୍ରାମରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ସଂକୀର୍ତନ କରାଯାଇଥିଲା ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିଲା lମନ୍ଦିର କମିଟି ସଭାପତି ସୁକାନ୍ତ କୁମାର ମାଝୀ, ସମ୍ପାଦକ ବିନୟ କୁମାର ସାମଲ, କୋଷାଧ୍ୟକ୍ଷ ବରୁଣ ଚନ୍ଦ୍ର ମାଝୀ ଓ ବେଡାପଡ଼ା ଗ୍ରାମର ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *