ନୟାଗଡ଼ ରେ ୨ ଟି କେନ୍ଦ୍ରରେ ପରୀକ୍ଷା ଦେଲେ ୫ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ପରୀକ୍ଷା ଦେ ବାକୁ ଛାତ୍ରଛାତ୍ରୀ ମାନେ ବେଶ୍ ଉତ୍ସାହର ସହ ଭାଗ ନେଇଛନ୍ତି । କେବଳ ଛାତ୍ରଛାତ୍ରୀ ନୁହେଁ ସେମାନଙ୍କ ଅଭିଭାବକମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । ନୟାଗଡ଼ ବ୍ଲକରେ ଦୁଇଟି କେନ୍ଦ୍ରରେ ଆଜି ପରୀକ୍ଷା ହୋଇଥିଲା। ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମୋଟ୍ ୩୨୦ ଜଣ ଛାତ୍ରଛାତ୍ରୀ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସାଲୁଣୀରେ ୧୯୧ ଜଣ ଭାଗ ନେଇଥିଲେ । ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ୧୭୨ ଜଣ ଚିତ୍ରାଙ୍କନରେ ଭାଗ ନେଇଥିବା ବେଳେ ହସ୍ତାକ୍ଷରରେ ୧୦୧ ଓ ଭାଷାଜ୍ଞାନରେ ୪୭ ଜଣ ଭାଗ ନେଇଥିଲେ । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟ ସାଲୁଣୀରେ ଚିତ୍ରାଙ୍କନରେ ୮୫, ହସ୍ତାକ୍ଷରରେ ୭୧ ଓ ଭାଷାଜ୍ଞାନରେ ୩୫ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶୀଷ ପଟ୍ଟନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଇ ବିସ୍ମୟୀ ବଳିୟାର ସିଂ ପ୍ରଥମ ହୋଇଥିବା ବେଳେ ସେହି ସ୍କୁଲର ୫ମ ଶ୍ରେଣୀ ଛାତ୍ରୀ ସିମ୍ରନ ପ୍ରିୟଦର୍ଶିନୀ ଦ୍ବିତୀୟ ଓ ଉକ୍ତ ସ୍କୁଲର ୨ୟ ଶ୍ରେଣୀ ଛାତ୍ରୀ ଆରୁଷି ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ହସ୍ତାକ୍ଷର ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ଆରାଧ୍ୟା ପାତ୍ର ପ୍ରଥମ, ଏନଏସି ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ କେ.ଶ୍ରୀୟା ଆଚାରି ଦ୍ବିତୀୟ ଓ ବ୍ରଜେନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଷଷ୍ଠ ଶ୍ରେଣୀ ଛାତ୍ରୀ ହରପ୍ରିୟ ଜେନା ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ଏହା ସହ ଭାଷାଜ୍ଞାନରେ ଏନଏସି ଉଚ୍ଚ ବିଦ୍ୟାଳୟ ୧୦ମ ଶ୍ରେଣୀ ଛାତ୍ରୀ ରାଜଲକ୍ଷ୍ମୀ ମୁଦୁଲି ପ୍ରଥମ, ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଶୁଭସ୍ମିତା ରଥ ଦ୍ବିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ନୟାଗଡ଼ର ଦଶମ ଶ୍ରେଣୀ ଛାତ୍ରୀ ଲୋଟସ୍ ଦାସ ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଲୁଣିରେ ହୋଇଥିବା ଆଉ ଏକ କେନ୍ଦ୍ରରେ ଇଟାମାଟି ୱିସଡମ୍ ଇଂରାଜୀ ମାଧ୍ଯମିକ ବିଦ୍ୟାଳୟ ପଞ୍ଚମଶ୍ରେଣୀ ଛାତ୍ରୀ ସୁହାନି ପରିଡ଼ା ପ୍ରଥମ, ସରକାରୀ ଉପ୍ରା ବିଦ୍ୟାଳୟର ପଞ୍ଚମ ଶ୍ରେଣୀଛାତ୍ର ସୌମ୍ୟରଞ୍ଜନ ସ୍ୱାଇଁ ଦ୍ଵିତୀୟ ଓ ଉକ୍ତ ସ୍କୁଲର ପଞ୍ଚମ ପଞ୍ଚମ ଶ୍ରେଣୀ ଛାତ୍ର ଉଦିତ ନାରାୟଣ ସ୍ବାଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ହସ୍ତାକ୍ଷରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ପ୍ରିୟା ନାୟକ ପ୍ରଥମ, ଉକ୍ତ ସ୍କୁଲର ୮ମ ଶ୍ରେଣୀ ଛାତ୍ରୀ କସ୍ତୁରୀ ସ୍ବାଇଁ ଦ୍ଵିତୀୟ ଓ ନାଟୁଗାଁ ମୋଚିବିଷ୍ଣୁ ବିଦ୍ୟାଳୟର ୭ମ ଶ୍ରେଣୀ ଛାତ୍ର ଅନିଲ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ! ଏହାସହ ଭାଷାଜ୍ଞାନ ପ୍ରତିଯୋଗିତାରେ ନୋତର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ୧୦ମ ଶ୍ରେଣୀ ଛାତ୍ର ଅନନ୍ୟା ସାହୁ ପ୍ରଥମ, ସଜନାପଡ଼ା କେଏନ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ୯ମ ଶ୍ରେଣୀ ଛାତ୍ରୀ ବନ୍ଦନା ନାୟକ ଦ୍ବିତୀୟ ଓ ଶ୍ରୀଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଚମ୍ପତ୍ତାପୁରର ୧୦ମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ସ୍ବାଇଁ ତୃତୀୟ ସ୍ଥାନ ଅଧୂକାର କରିଛନ୍ତି । ସମ୍ବାଦ ଜିଲ୍ଲା ପ୍ରତିନିଧୂ ସନ୍ଦୀପ କୁମାର ଲେଙ୍କା ଙ୍କନେତୃତ୍ବରେଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରାମକୃଷ୍ଣ ରଥ ପରିଚାଳନା କରିଥିଲେ।
ବିଚାରକ ଭାବେ ଅବସରପ୍ରାପ୍ତ ଅଧ୍ୟାପକ ମହମ୍ମଦ ଓମାର ମଲିକ,ଶିକ୍ଷକ ସୁଦର୍ଶନ ପ୍ରଧାନ, ଗୋସ୍ବାମୀ ଦାସ, ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କନକ ନ୍ୟୁଜ୍ ପ୍ରତିନିଧୂ ପ୍ରଦୀପ୍ତ ରଥ, ସାମ୍ବାଦିକ ସ୍ୱରୂପ ପଟ୍ଟନାୟକ,ରଜତ ପଟ୍ଟନାୟକ, ବିଭୁତି ଭୂଷଣ ମହାପାତ୍ର,ଭାସ୍କର ଚନ୍ଦ୍ର ସ୍ୱାଇଁ ସମଶୁର ମଲିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *