ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ସାଙ୍ଗଠନିକ ବୈଠକ ! ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତ୍ରିକୂଟ ଧାମ ବୈଦେଶ୍ଵର ସ୍ଥିତ ରାମନାଥ ଦେବଙ୍କ ସମୀପରେ ଥିବା ବାବା କଇଁଫୁଲିଆ ଙ୍କ ମଠ ପ୍ରାଙ୍ଗଣରେ ବାଙ୍କୀ ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ବାଙ୍କୀ ଡମପଡା ଶାଖା ସଭାପତି ମାନସ ରଞ୍ଜନ ସାହୁଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ କଳାପଥର , ବୈଦେଶ୍ଵର , ବାଙ୍କୀ ଏବଂ ଡମପଡା ଅଂଚଳର କାର୍ଯ୍ୟରତ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ଯୋଗ ଦେଇଥିଲେ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ରାଜ୍ୟ ସଭାପତି ସତ୍ୟବ୍ରତ ଦାଶ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସମୟରେ ରାଜ୍ୟ ସଂଘ ସଦସ୍ୟ ଅଶୋକ ରଣା , ପୁର୍ନେନ୍ଦୁ ନାୟକ , ବାଙ୍କୀ ଡମପଡା ଶାଖା ସମ୍ପାଦକ ସୁବ୍ରତ କୁମାର ନାୟକ , କାର୍ଯ୍ୟକାରୀ ସଭାପତି ମୃତ୍ୟୁଞ୍ଜୟ ମହାପାତ୍ର , ଉପ ସଭାପତି ସୁଶାନ୍ତ ନାୟକ , ୱେଲଫେୟାର ଫଣ୍ଡ ସଂଯୋଜକ ଶୁଭେନ୍ଦୁ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ !
ବାଙ୍କୀ ଡମପଡା ଡିଜିଟାଲ ମିଡ଼ିଆ ୟୁନିୟନ ର ସାଙ୍ଗଠନିକ ବୈଠକ !!!

