ନୟାଗଡ଼ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ଯକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଶ୍ରୀ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ତତ୍ତ୍ୱାବଧାନରେ, ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଠାରେ ବିଧବା ମହିଳା ମାନଙ୍କର ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ସର୍ବପ୍ରଥମେ ଜାତୀୟ ଆଇନ ସେବା ପ୍ରାଧିକରଣ ସଙ୍ଗୀତ “ଏକ ମୁଠି ଆସମାନ” ଗାନ ସହିତ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଅତିଥ୍ ମାନଙ୍କର ପରିଚୟ ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥି ଶ୍ରୀମତୀ ଅଞ୍ଜଳି ମଛଖଣ୍ଡ ଆନୁଷ୍ଠାନିକ ଭାବେ ଶିବିର ଉଦ୍ଘାଟନ କରି ବିଧବା ମହିଳା ମାନଙ୍କର ସମସ୍ୟା ଓ ତାହାର ପ୍ରତିକାର ଉପରେ ଆଲୋକପାତ କରିଥିଲେ ସମ୍ମାନୀତ ଅତିଥ୍ ରୂପେ ସରକାରୀ ଓକିଲ ଶ୍ରୀ ଦଣ୍ଡପାଣି ସ୍ବାଇଁ, ବିଧବା ମହିଳା ମାନଙ୍କର ସମ୍ପତିଗତ ଅଧିକାର ଉପରେ ବୁଝାଇ ଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ରମେଶ ଚନ୍ଦ୍ର ମହାରଣା ଆଇନ ସେବା ପ୍ରାଧିକରଣଙ୍କ ନିଃଶୁଳ୍କ ଆଇନ ସେବା ଓ ପୋକ୍ସୋ ଆଇନ ଉପରେ ଆଲୋକପାତ କରିଥିଲା ବେଳେ ଆଇନଜୀବି ପ୍ରୀତିରାଣୀ ଏକ୍କା ବିଧବା ମହିଳା ମାନଙ୍କର ବିଭିନ୍ନ ହିତାଧୁକାରୀ ଯୋଜନା ଏବଂ ଆଇନଗତ ଅଧିକାର ଉପରେ ବିସ୍ତୃତ ଆଲୋଚନା କରିଥିଲେ । କନସିଲେଟର ଶ୍ରୀମତୀ କ୍ଷଣପ୍ରଭା କର କବିତା ମାଧ୍ଯମରେ ବିଧବା ମହିଳା ମାନଙ୍କର ମନରେ ଶକ୍ତି ସଂଚାର କରିଥିଲେ ଉକ୍ତ ଶିବିରରେ ସରପଞ୍ଚ ନିରଞ୍ଜଳ ବିଧାର ଓ ସଚିବ ଶ୍ରୀମତୀ ଅଞ୍ଜଳି ମଛଖଣ୍ଡଙ୍କ ଉପସ୍ଥିତିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିଧବା ମହିଳା ମାନଙ୍କୁ ନୂତନ ଭତ୍ତା ଆବଣ୍ଟନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରାଜେଶ କୁମାର ବାରିକ, ନ୍ୟାୟ ଅଧୁକାର ମିତ୍ର ଲିତ୍ସା, ଅକ୍ଷୟ, ପୂଜା, ମିକି, ଅନୁପମା ଓ ଇପ୍ସିତା ଏବଂ ସାମ୍ବାଦିକ ବିଷ୍ଣୁ ଓ ସ୍ବରୂପ ପଟ୍ଟନାୟକ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସର୍ବେଶ୍ବର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନୟାଗଡ ଜିଲ୍ଲା ଆଇନ ସେବା ପ୍ରାକରଣ ତରଫରୁ ବିଧବା ମହିଳା ମାନଙ୍କ ସଚେତନତା ଶିବିର !!!

