ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମାଜସେବାକୁ ନିଜ ଜୀବନର ବ୍ରତ ଭାବରେ ଆଦରିନେଇ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଆଦ୍ୟାବଧି ୨୦୦୮ ଦିନ ଧରି ନିରବଛିନ୍ନ ପ୍ରକ୍ରିୟାରେ ଅସହାୟ, ଦିବ୍ୟାଙ୍ଗ ଓ ବୁଭୁକ୍ଷୁ ଜନତାଙ୍କୁ ସେବା ଯୋଗାଇ ଆସିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନ ଦ୍ଵାରା ଜିରୋ ହାବିଟାଟ୍ ପିପୁଲ୍ସ ମାନଙ୍କ ପାଇଁ ପରିଚାଳିତ କାର୍ଯ୍ୟକ୍ରମ ମିଶନ୍ ଅମୃତ ହସ୍ତମ୍ ପକ୍ଷରୁ ଗତ ସେପ୍ଟେମ୍ବର ୧୨ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଦୀର୍ଘ ୦୯ ଦିନ ଧରି ଫାଉଣ୍ଡେସନ୍ର ସେବା କାର୍ଯ୍ୟ ଅର୍ଥାତ ଫାଉଣ୍ଡେସନର ଦିନ ସଂଖ୍ୟା ୨୦୦୦ରୁ ୨୦୦୮ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦୁଃଖୀ, ଗରିବ, ଅସହାୟ, ବୁଭୁକ୍ଷୁ, ବିକଳାଙ୍ଗ, ରୋଗୀ ତଥା ବୃଦ୍ଧ ବୃଦ୍ଧା ମାନଙ୍କୁ ରିଲିଫ ଯୋଗାଣ ସହ ମହାମାରୀ କୋଭିଡ କିଟ୍ ବଣ୍ଟନ ଆଦି କରାଯାଇଥିବାର ଦେଖିବାକୁ ମିଳିଛି। ପ୍ରତି ୨୫ ଦିନରେ ଫାଉଣ୍ଡେସନର ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଥିବା ବେଳେ ୨୦୦୦ ତମ ଦିବସର ୮୦ତମ ସମୀକ୍ଷା ବୈଠକ ଗତ ୧୧ତାରିଖ ଗୁରୁବାର ଦିନ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅନ୍ତର୍ଜାତୀୟ ଅଧ୍ୟକ୍ଷ ଡଃ ଚିନ୍ମୟ ଦାଶଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର, ଶୁଭଶ୍ରୀ ସେଠୀ, ସଂଗୀତା ରାଣୀ ମହାକୁଡ଼, ହେନାରଣୀ ଯେନା ଆଦି ଯୋଗଦାନ କରି ଦୀର୍ଘ ୨୦୦୦ ଦିନର ନିରବଛିନ୍ନ ସେବା କାର୍ଯ୍ୟ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ।
୮୦ତମ ସମୀକ୍ଷା ବୈଠକ ସହ ୨୦୦୮ ଦିନରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ୍ ଅମୃତ ହସ୍ତମ୍ ସେବା କାର୍ଯ୍ୟ !!!

