ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ସନ୍ତୋଷ କୁମାର ମହାପାତ୍ର : ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ଢେଙ୍କାନାଳ ତରଫରୁ ନଅ କୋଟି ଷାଠିଏ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ରେ ନୁଆକୋଟ ଠାରୁ କଞ୍ଜା ଭାୟା ବନ୍ଧାଭୂଇଁ କରାବିରା ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର କରାଯାଇଥିଲା ! ଏହି କାର୍ଯ୍ୟକୁ ଠିକାଦାର ବାଲୁଙ୍କେଶ୍ଵର ସାହୁ ଟେଣ୍ଡର ପାଇ କାର୍ଯ୍ୟ ଆରମ୍ଭ କରିଥିଲେ l ରାସ୍ତା ନିର୍ମାଣ ହେବାର ୩ ମାସ ନ ହେଉଣୁ ରାସ୍ତା ଫାଟି ଆଁ ହୋଇ ଯାଇଥିବା ଦେଖିବାକୁ ମିଳିଛି l ଏହି ରାସ୍ତା କାର୍ଯ୍ୟ ଅତି ନିମ୍ନ ର ହୋଇଥିବାରୁ ତାହା ନୁଆକୋଟ ଠାରୁ ବନ୍ଧା ଭୂଇଁ ଓ ଡିହସାହି ରାସ୍ତା ଫାଟି ଆଁ ହୋଇ ଯାଇଥିବାରୁ ଗ୍ରାମର ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ହିନ୍ଦୋଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଅହେତୁକ ଅନୁକମ୍ପା ଦେଖାଇବା ନେଇ ଅଭିଯୋଗ ହୋଇଛି !
ଠିକାଦାର ପ୍ରୀତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ !!!

