ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ଏନ. ଟି. ପି. ସି.-ତାଳଚେର ଥର୍ମାଲ ରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା (660×2)ମେଗା ୱାଟ ଶକ୍ତି ପ୍ରକଳ୍ପ ର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର 2027ରେ କାର୍ଯ୍ୟକ୍ଷମ ହେବ ଏବଂ ଦ୍ଵିତୀୟ ୟୁନିଟ ଡ଼ିସେମ୍ବର 2027ରେ ଉତ୍ପାଦନ ଆରମ୍ଭ କରିବ. ଆଜି ଏକ ସାମ୍ବାଦିକ ସଂମ୍ମିଳନୀ ରେ ଏ ବିଷୟ ପ୍ରକାଶ କରିଛନ୍ତି, ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଜୟ ଚାନ୍ଦ. ପ୍ରକଳ୍ପ ର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଆମେ ଦୃଢ ନିଶ୍ଚିତ ଯେ ଏନ. ଟି. ପି. ସି. ଏଥିରେ ସଫଳ ହେବ. ଶକ୍ତି ଉତ୍ପାଦନ ବ୍ୟତୀତ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିପାର୍ଶୀକ ଗ୍ରାମାଞ୍ଚଳ ର ଉର୍ନ୍ନତି ଏହା ସହ ଜଡିତ. ଏହି ପ୍ରକଳ୍ପ ରୁ ଉତ୍ପାଦିତ ଶକ୍ତି ର 50% ଓଡିଶା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଜୁରାଟ, ଆସାମ ଓ ତାମିଲନାଡୁ ପ୍ରଭୂତି ବଳକା ଶକ୍ତି ନେବେ. ପରିବେଶ ସୁରକ୍ଷା ନିମିତ୍ତ 90,000ବୃକ୍ଷ ରୋପଣ କରାଯିବାର ସ୍ଥିର ହୋଇଛିଯାହା ରାଜ୍ୟ ବନ ନିଗମ ଦ୍ୱାରା କରାଯିବ. ସ୍ଥାନୀୟ ଯୁବାବର୍ଗ ଙ୍କୁ କର୍ମ ନିଯୁକ୍ତି ର ଅପାର ସୁଯୋଗ ସୃଷ୍ଟି କରାଯାଉଛି. ଏନ. ଟି. ପି. ସି. ସର୍ବଦା ନିଜ ଲକ୍ଷ୍ୟ ରେ ଅଟଳ ଓ ସାମାଜିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ. ଏହି ପ୍ରକଳ୍ପ ଅତ୍ୟନ୍ତ ଉଚ୍ଚ ମାନଙ୍କ ଓ ଏଥିରେ ପ୍ରଦୂଷଣ ଶୂନ୍ୟ ଅଟେ. ଓଡିଶା ପାଇଁ ଏହା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିବ ଏବଂ ଦେଶ ପାଇଁ ଶିଳ୍ପ ପ୍ରଗତି ର ନୂଆ ସୂଚକାଙ୍କ ବୋଲି ଶ୍ରୀ ବିଜୟ ଚାନ୍ଦ ପ୍ରକାଶ କରଛନ୍ତି.
ଏନ. ଟି. ପି. ସି.-ତାଳଚେର ଥର୍ମାଲ ର ନୂତନ (660×2) ମେଗା ୱାଟ ପ୍ରଥମ ୟୁନିଟ ସେପ୍ଟେମ୍ବର 2027ରେ ଉତ୍ପାଦନ ଆରମ୍ଭ କରିବ !!!

