ତାଳବସ୍ତ ପ୍ରସିଦ୍ଧ ଦୁର୍ଗାପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ବନ୍ୟା ଆଉ ବର୍ଷା ବିଗାଡିପାରେ ପୂଜା ମାହୋଲ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଉ ମାତ୍ର ଦିନକ ପରେ ଦେବୀ ମଣ୍ଡପରେ ପୂଜା ପାଇବେ ଦୁର୍ଗତି ନାଶିନୀ ଦଶଭୁଜା ମା ଦୁର୍ଗା | ଗାଁରୁ ସହର ଯାଏ ସବୁଠି ଚଳାଚଞ୍ଚଳ ସମସ୍ତ ଦେବସେବୀ ପୀଠ, ପୂଜା କମିଟି ଏବଂ ବ୍ୟବସାୟ ପ୍ରତିଷ୍ଠାନମାନେ | ବାଙ୍କୀ ଉପଖଣ୍ଡରେ ଗ୍ରାମାଞ୍ଚଳ ଦଶହରା ପର୍ବ ହିସାବରେ ପଶ୍ଚିମ ବାଙ୍କୀର କଳାପଥର, ଡମପଡା ବ୍ଲକର ତାଳବସ୍ତ ଏବଂ ଡମପଡା ଗ୍ରାମପଂଚାୟତ ପ୍ରସିଦ୍ଧ ଅଟେ | ତାଳବସ୍ତ ଦୁର୍ଗାପୂଜା ବଣିକ ସଙ୍ଘ ଦ୍ଵାରା ଆୟୋଜିତ ଦୁର୍ଗପୁଜା ବହୁତ ପ୍ରାଚୀନ | ମାତ୍ର ପାଞ୍ଚହଜାର ଟଙ୍କାରେ ତାଳବସ୍ତ ଗ୍ରାମର ଚାରିଜଣ ଉଚ୍ଚ ଶିକ୍ଷିତ ଶିକ୍ଷକବନ୍ଧୁଙ୍କ ସହଯୋଗରେ ଆରମ୍ବ ହୋଇଥିବା ମାଆଙ୍କ ପୂଜା ଚଳିତ ବର୍ଷ ପଇଁ ଚାଳିଶି ବର୍ଷରେ ପଦାର୍ପଣ କରୁଅଛି | ସାଜସଜା, ପୂଜା ଏବଂ ଭଷାଣି ବାବଦରେ ଚଳିତ ବର୍ଷ ପ୍ରାୟ ପାଞ୍ଚଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି | କେବଳ ବର୍ଷସାରା ତାଳବସ୍ତ ଗ୍ରାମର ଦୋକାନୀ ଭାଇ ଏବଂ ବଦ୍ୟାନ ବ୍ୟକ୍ତିଙ୍କ ସଂଗୃହିତ ଟଙ୍କାରେ ଦୁର୍ଗାଙ୍କ ପୂଜା ହୋଇଥାଏ | ମା ଙ୍କ ବିଦାୟୀ ପର୍ବ ଭଷାଣିରେ କେବଳ ପାରମ୍ପରିକ ବାଦ୍ୟଯନ୍ତ ବଜାଇ ଶୋଭାଯାତ୍ରାରେ ମା ଙ୍କୁ ମେଲାଣି ଦିଆଯାଏ | ପ୍ରତିବର୍ଷ ଦେବୀଙ୍କ ପୂଜା ମଣ୍ଡପରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପାଲା ଗାୟକ ମାନଙ୍କ ଦ୍ଵାରା ବାଦୀପଲା ପରିବେଷଣ କରାଯାଇଥାଏ |ଏହି ବର୍ଷ ବାଙ୍କୀ ଅରପୁର ଗ୍ରାମର ଗାୟକ ଜ୍ଞାନସୁଧା ଶାରଦା ପ୍ରସନ୍ନ ନାୟକ ଏବଂ ଖୋର୍ଦ୍ଧା ଗୁଡ଼ୁମ ଗାଁ ର ଗାୟକ ମାର୍ତ୍ତଣ୍ଡ ପ୍ରଫୁଲ୍ଲ କୁମର ଦାସଙ୍କ ଦ୍ଵାରା ସେପ୍ଟେମ୍ବର 29 ତାରିଖରୁ ନଭେମ୍ବର 02 ତାରିଖ ପର୍ଯ୍ୟନ୍ତ ବାଦୀପାଲା ଅନୁଷ୍ଠିତ ହେବ | ପ୍ରଥମରୁ ପୂଜାସହିତ ସମ୍ପୃକ୍ତ ଥିବା ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର ସ୍ୱାଇଁ କୁହନ୍ତି ଯେ,ବହୁ ଘାତ ପ୍ରତିଘାତ ଭିତରେ ବି ଶୃଙ୍ଖଳିତ ପୂଜା କମିଟି ଭାବେ ବାଙ୍କିରେ ସୁନାମ ଅର୍ଜନ କରିଛି ତାଳବସ୍ତ ଦୁର୍ଗାପୁଜା ବଣିକ ସଙ୍ଗ |1981 ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ ଦୁର୍ଗାପୂଜା | ପ୍ରଥମ ସଭାପତି ଥିଲେ ସ୍ବର୍ଗତ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଓ ପ୍ରଥମ ସମ୍ପାଦକ ଶ୍ରୀଯୁକ୍ତ ବଂଶୀଧର ସ୍ୱାଇଁଙ୍କ ସହିତ ସଭ୍ୟ ଥିଲେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସ୍ବର୍ଗତ ଶ୍ରୀଯୁକ୍ତ ଗୋକୁଳାନନ୍ଦ ପ୍ରଧାନ | ଚଳିତ ବର୍ଷର ନୂଆ ପୂଜା କମିଟିରେ ସଭାପତି ଭାବେ ବିଶିଷ୍ଟ ଶିକ୍ଷା ବିତ କୃଷ୍ଣଚନ୍ଦ୍ର ବେଉରା, ଉପସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ଗୋପବନ୍ଧୁ ସାହୁ ଏବଂ ଉପଦେଷ୍ଟା ବଂଶୀଧର ସ୍ୱାଇଁ ଅଛନ୍ତି |ତାଳବସ୍ତର ସମସ୍ତ ସାହିରେ ଅନ୍ୟ ମୁଣ୍ମୟୀ ଦେବଦେବୀ ପୂଜାପାଇ ଆସୁଅଛି | ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ମାନଙ୍କୁ ନେଇ ତାଳବସ୍ତ ଫାଣ୍ଡି ତରଫରୁ ଏକ ଶୃଙ୍ଖଳିତ ଶାନ୍ତି କମିଟି ଗଠନ ସହିତ ଡିଜେ ବାଜା , ମଦକୁ ସମ୍ପୂର୍ଣ ବନ୍ଦ କରାଯାଇଅଛି | ଆଗକୁ ବନ୍ୟା ଏବଂ ଲଘୁଚାପ ଜନିତ ବର୍ଷା ପୂଜାରେ ବ୍ୟାଘାତ ଘଟେଇପାରେ, ସେଥିପାଇଁ ଆଶା ଆଶଙ୍କାରେ ରହିଛନ୍ତି ତାଳବସ୍ତର ସମସ୍ତ ପୂଜା କମିଟି ଏବଂ ବ୍ୟବସାୟୀ ଭାଇମାନେ |

Leave a Reply

Your email address will not be published. Required fields are marked *