ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକର ତାଳବସ୍ତ ଗ୍ରାମ ପଂଚାୟତ ହେଉଛି ସବୁଠୁ ବୃହତ୍ତମ ଗ୍ରାମ ପଂଚାୟତ | ଏହାର ସୀମାକୁ ଲାଗି ରହିଛି ଚନ୍ଦକା ଅଭୟାରଣ୍ୟ | ତାଳବସ୍ତ ତଥା ଆଖପାଖ ପନ୍ଦରଟି ପଂଚାୟତକୁ ଆହାର ଯୋଗାଉଥିବା ଏସିଆ ମହାଦେଶର ସର୍ବ ପ୍ରଥମ ଧଳା ଖଡ଼ି ମାଇନିଂଗ ସୁପ୍ରିମକୋଟର ଅଭୟାରଣ୍ୟ ନୀତି ନିୟମ ପାଇଁ ବହୁ ବର୍ଷ ହେବ ବନ୍ଦ ରହିଛି | କିନ୍ତୁ ଏହାର ସୁଯୋଗ ନେଇ ମୋରମ ଏବଂ ପଥର ଚୋରି ମାଫିଆ ସକ୍ରିୟ ହୋଇଛନ୍ତି | ତାଳବସ୍ତରେ ସାଧାରଣ ଜନତାଙ୍କ ସେଵା ପାଇଁ ରହିଛି ରାଜ୍ୟ ସରକାରଙ୍କର ପ୍ରମୁଖ ତିନୋଟି ବିଭାଗ | ତାଳବସ୍ତ ରାଜସ୍ବ ନିରୀକ୍ଷକ, ତାଳବସ୍ତ ଫାଣ୍ଡି ଏବଂ ତାଳବସ୍ତ ଡମପଡା ଜଙ୍ଗଲ ବିଭାଗ | ବିଲବାଡ଼ି, ଜଙ୍ଗଲ ଓ ଜନ୍ତୁ, ଲୋକଙ୍କ ସୁରକ୍ଷା ଭିତରେ ତିନି ବିଭାଗ ନିଜର କାର୍ଯ୍ୟ ସମାପନ କରୁଥିବା ବେଳେ ଦିନ ଦ୍ୱିପ୍ରହରେ ପୁଣି କେବେ ସନ୍ଧ୍ୟାରେ ଜେସିବି ଦ୍ଵାରା ଶହ ଶହ ଟ୍ରାକ୍ଟର ନାଲି ମୋରମ ଓ ଗୋଡି ଗାଁ ଗହଳିରେ ବିକ୍ରି କରାଯାଇଛି | ଯାହା ଆମ ପ୍ରତିନିଧିଙ୍କ ତାଳବସ୍ତ ମେଡିକାଲ ଉପରେ ଏକ ଖବର ପରିବେଷଣ ବେଳେ ନଜରକୁ ଆସିଥିଲା | ଲୋକଙ୍କ ସରକାର କହୁଥିବା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ ମାନେ ବ୍ଲକ ମାନଙ୍କରେ କରୁଛନ୍ତି କଣ ! ସ୍ମାର୍ଟ ଗ୍ରାମ ତାଳବସ୍ତରେ ବୁଦ୍ଧିଜୀବୀ, ସମାଜସେବୀ, ଜନ ପ୍ରତିନିଧି କାହିଁକି ଯେ ନିରବ ବୁଝା ପଡୁନାହିଁ ! ଆମେ ଏ ସମ୍ପର୍କରେ ଡମପଡା ତହସିଲଦାର ବୈଶାଖୀ ଲେଙ୍କାଙ୍କୁ ପଚାରିବାରେ ସେ କହିଲେ ମୁଁ ଯାଇ ଘଟଣାସ୍ଥଳ ଅନୁଧ୍ୟାନ କରି ନିଶ୍ଚିନ୍ତ କଡା ପଦକ୍ଷେପ ନେବି | ଦେଖିବାର ଅଛି ଏ ଅଂଚଳରେ ମୋରମ ମାଫିଆ ସାବଡ ହେଉଛନ୍ତି ନା ଡମପଡା ବ୍ଲକ ତହସିଲ କାର୍ଯାଳୟ ପୁଣି କିଛି ନ ଦେଖିଲା ପରି ଶୋଇଯାଉଛି |

