ପାରାଦୀପ ର ବିଭିନ୍ନ ସ୍ଥାନ ରେ ୭୭ ତମ ସାଧାରତନ୍ତ୍ର ଦିବସ ମହା ସମାରୋହରେ ପାଳିତ !!!

Spread the love

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ରବିନ୍ ବିଶ୍ୱାସ : ପାରାଦୀପ ର ବିଭିନ୍ନ ସ୍ଥାନ ରେ ୭୭ ତମ ସାଧାରତନ୍ତ୍ର ଦିବସ ମହା ସମାରୋହରେ ପାଳିତ l ପାରାଦୀପ ବନ୍ଦର ତରଫରୁ ୭୭ ତମ ସାଧାରତନ୍ତ୍ର ଦିବସ ପାରାଦୀପ ଗୋପବନ୍ଧୁ ଷ୍ଟାଡିୟମ ପରିସରରେ ମହା ସମାରୋହରେ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରାନଥ ଯୋଗ ଦେଇ ପତାକା ଉତଲୋନ କରି ସୁସଜ୍ଜିତ ଗାଡ଼ି ରେ ଷ୍ଟାଡିୟମ ପରିସରରେ ବୁଲିବା ସହ ପ୍ୟାରେଡ ରେ ଭାଗ ନେଇ ଥିବା ବିଭିନ୍ନ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କୁ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା l ଏହି ଉତ୍ସବ ର ବିଭିନ୍ନ ସ୍କୁଲ ର ପିଲାମାନେ ଭଳିକି ଭଳି ରଙ୍ଗ ବେରଙ୍ଗ ର ଡ୍ରେସ୍ କୋଡ଼ ରେ ପ୍ୟାରେଡ ରେ ଭାଗ ନେଇଥିଲେ l ଏଥି ସହ ପାରାଦୀପ ବନ୍ଦର କାର୍ଯ୍ୟରତ ସମସ୍ତ ପଦାଧିକାରୀ , ୱାର୍କର , ପାରାଦୀପ ବନ୍ଦର ରେ କାର୍ଯ୍ୟ କରୁଥିବା ସମସ୍ତ ସଂସ୍ଥା, ସିଆଇସେଫ ର ସମସ୍ତ କର୍ମଚାରୀ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ଦେଖା ଯାଇଥିଲା l ଶେଷରେ ମୁଖ୍ୟ ଅତିଥି ନିଜର ଅଭିଭାଷଣ ରଖିଥିବା ବେଳେ ବିଭିନ୍ନ ସ୍କୁଲ ର ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ! ସେହିପରି ପାରାଦ୍ଵୀପ IFFCO ପରିସର ରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଉଥିଲା ! ଏଥିରେ ଏମଡି କେ ଜେ ପଟେଲ ଯୋଗ ଦେବା ସହ IFFCO ପରିସର ରେ କାର୍ଯ୍ୟ ରତ ସୁରକ୍ଷା କର୍ମୀ ଓ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କରାଯାଇଥିବା ପ୍ୟାରେଡ ର ସ୍ବାଗତ କରିଥିଲେ ଓ ନିଜ ଅଭିଭାଷଣ ରେ iffco କିପରି କୃଷି ଓ କୃଷକ ଙ୍କ ସହିତ ମାଟି ର ମଧ୍ୟ ସୁବିଧା କୁ ନଜର କରି ନାନୋ ଫଟିଲାଇଜର ସାର ଉତ୍ପାଦନ କରି ଜନ ମଙ୍ଗଳ କାର୍ଯ୍ୟ କରୁଛି ଓ ଆଗକୁ ମଧ୍ୟ କରିବ ବୋଲି ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *