ସାମାଜିକ ସଂଗଠନ ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ସଦର ମାଟିରେ ମାନବୀୟ କାର୍ଯ୍ୟ : ସବୁଠି ପ୍ରଶଂସାର ସ୍ୱର !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେହେରା : କଟକ ସଦର କିଶୋରନଗର ହୁଲିପୁର ଗ୍ରାମର କୁନି ଭୋଇଙ୍କ ସୋମବାର ଦିନ ଦୁଇ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଖବର ପାଇ ସାମାଜିକ ସଂଗଠନ ବିପଦର ବନ୍ଧୁ ସେବା ସଙ୍ଗଠନର ସଭାପତି ସାମ୍ୱାଦିକ ଭୈରବ ଚନ୍ଦ୍ର ସେଠୀ, ସମ୍ପାଦକ ସୁଧାକର ଦାସ, ବରିଷ୍ଠ ସଦସ୍ୟ ମହାନ୍ ସନ୍ଥ ସ୍ବାମୀ ଅଦ୍ଵୈତା ନନ୍ଦ, କ୍ଷିତିନ୍ଦ୍ର ମିତ୍ର, ଭବେଶ ମଣ୍ଡଳ, ସୁଧିରଞ୍ଜନ ସେଠୀ, ପ୍ରଦ୍ୟୁମ୍ନ ମିଶ୍ର ପ୍ରମୁଖ ବିପନ୍ନଙ୍କ ବାସଭବନରେ ପହଞ୍ଚି ରାସନ ସାମଗ୍ରୀ, ନୂତନ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *