କ୍ରୀଡା ପ୍ରେମରେ ଆଇନଜୀବୀ ….ପ୍ଲାଟଫର୍ମ ସୃଷ୍ଟି କରୁଛି ମା ମଙ୍ଗଳା ପୂଜା କମିଟି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କ୍ରୀଡା ପ୍ରେମରେ ଆଇନଜୀବୀ , କ୍ରୀଡ଼ାବିତ ଙ୍କ ପାଇଁ ପ୍ଲାଟଫର୍ମ ସୃଷ୍ଟି କରୁଛି ମା ମଙ୍ଗଳା ପୂଜା କମିଟି ! ଆର୍ମ ରେସଲିଙ୍ଗ କ୍ରୀଡ଼ାବିତଙ୍କ ପାଇଁ ମା ‘ ମଙ୍ଗଳା ପୂଜା କମିଟି ସୃଷ୍ଟି କରିଛି ଉତ୍ତମ ପ୍ଲାଟଫର୍ମ ..କ୍ରୀଡ଼ାର ପ୍ରଚାର ପ୍ରସାର ସହ ଭବିଷ୍ୟତ ଗଠନରେ ହେବ ସହାୟକ .. ଦୁଇବର୍ଷ ଧରି ଅନୁଷ୍ଠିତ ହେଉଛି ପ୍ରତିଯୋଗିତା , ଚଳିତ ବର୍ଷ ବାଧା ସୃଷ୍ଟି କରିଛି କାଳ ବୈଶାଖୀ …ସ୍ଥାନୀୟ କଳିଙ୍ଗ ବ୍ୟାୟାମ ବିଦ୍ୟାଳୟରେ ରବିବାର ଦିନ ଅଲ ଓଡିଶା ଓପନ ଆର୍ମ ରେସଲିଙ୍ଗ ଚମ୍ପିୟାନ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । 2ବର୍ଷ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଯେଉଁଥିରେ ପ୍ରାୟ ୧୫୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଗତବର୍ଷ ଏଥିରେ ୨୧୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ଚଳିତବର୍ଷ କାଳବୈଶାଖୀ ବର୍ଷା ଏଥିରେ ବାଧା ସୃଷ୍ଟି କରିବା ଯୋଗୁଁ ପ୍ରାୟ ୧୫୦ଜଣ ପ୍ରତିଯୋଗି ଭାଗ ନେଇଛନ୍ତି । ଅନ୍ୟପକ୍ଷରେ ମା ମଙ୍ଗଳା ପୂଜା କମିଟି ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ାବିତଙ୍କ ପାଇଁ ଏକ ନିଆରା ପ୍ଲାଟଫର୍ମ ସୃଷ୍ଟି କରିବା ସହ ଉନ୍ନତ ଭବିଷ୍ୟତ ଗଠନରେ ସହାୟକ ହୋଇପାରେ ବୋଲି ଆଶା ପ୍ରକଟ କରାଯାଇଛି ।

Leave a Reply

Your email address will not be published. Required fields are marked *